ଆପ୍‌ ବନାମ କେନ୍ଦ୍ର: ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌ ବାଧକ ଭଳି କାର୍ଯ୍ୟ କରି ପାରିବେ ନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନେତୃତ୍ୱରେ ୫ ଜଣ ବିଚାରପତିବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ବୁଧବାର ଦିନ କହିଛନ୍ତି କି, ଦିଲ୍ଲୀକୁ ଗୋଟିଏ ରାଜ୍ୟର ମାନ୍ୟତା ଦେଇ ହେବ ନାହିଁ।

ଜଷ୍ଟିସ୍‌ ମିଶ୍ର କହିଲେ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୁସମ୍ପର୍କ ରହିବା ଉଚିତ। ସମ୍ବିଧାନକୁ ମାନିବା ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ।
ପ୍ରଧାନ ବିଚାରପତି କହିଲେ, ଲେଫ୍‌ନାଣ୍ଟ୍‌ ଭଗର୍ଣ୍ଣର୍‌ ରାଜ୍ୟ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ କାମ କରିବା ଉଚିତ। ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌ ଏବଂ ମନ୍ତ୍ରିମଣ୍ଡଳ ସବୁବେଳେ ସୀମା ମଧ୍ୟରେ ରହିବା ଉଚିତ।

ସୁପ୍ରିମ୍‌ କୋର୍ଟ କହିଛନ୍ତି: ପ୍ରଶାସନିକ ମୁଖ୍ୟ ହୋଇଥିବା କାରଣରୁ ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣନର୍‌ ମନ୍ତ୍ରିମଣ୍ଡଳ ଗ୍ରହଣ କରୁଥିବା ସମସ୍ତ ନିଷ୍ପତ୍ତି ବିଷୟରେ ଅବଗତ ହେବା ଉଚିତ। କିନ୍ତୁ, ଏହାର ଅର୍ଥ ନୁହେଁ ଯେ ସବୁବେଳେ ତାଙ୍କର ସମ୍ମତି ଆବଶ୍ୟକ। ଲେଫ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌ ବାଧକ ହେବା ଅନୁଚିତ।

ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ମତରେ, ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌ ସବୁ ପ୍ରସଙ୍ଗ ବ୍ୟବସ୍ଥାନୁସାରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ଅନୁଚିତ। ଏହା କରିବା ପୂର୍ବରୁ ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣନର୍‌ ନିଜ ବୁଦ୍ଧି ଖଟାଇବା ଆବଶ୍ୟକ। ଗଣତାନ୍ତ୍ରିକ ଭାବେ ନିର୍ବାଚିତ ହୋଇଥିବାର ସରକାରଙ୍କ ପ୍ରତି ଲେଫ୍‌ନାଣ୍ଟ୍‌ ଗଭର୍ଣ୍ଣନର୍‌ ସମ୍ମାନ ପ୍ରଦର୍ଶନ କରିବା ଉଚିତ।

ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌ ଦିଲ୍ଲୀର ସର୍ବୋଚ୍ଚ ଶାସକ ବୋଲି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ କେଜ୍ରିଓ୍ଵାଲ୍‌ଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି ସରକାର ସୁପ୍ରିମ୍‌ କୋର୍ଟରେ ଆବେଦନ ଫାଇଲ୍‌ କରିଥିଲେ। ଡିସେମ୍ବର ୬ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ଏ ମାମଲା ଉପରେ ରାୟ ସଂରକ୍ଷଣ ରଖିଥିଲେ। ଏ ମାମଲା ଚୂଡ଼ାନ୍ତ ହେବା ପୂର୍ବରୁ ମାସେ ବ୍ୟାପୀ ଶୁଣାଣି ଚାଲିଥିଲା।

ସମ୍ବନ୍ଧିତ ଖବର