ପୁଲ୍‌ୱାମା ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍ ଗାଜି

ନୂଆଦିଲ୍ଲୀ : ପୁଲଵାମା ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର କମାଣ୍ଡର ଗାଜି ଅବଦୁଲ ରସିଦ୍। ଆଇଇଡି ପରିଚାଳନାରେ ଅଭିଜ୍ଞ ଥିବା ଗାଜି ଗତ ଡିସେମ୍ବର ମଧ୍ୟଭାଗରେ ଅନ୍ୟ ଦୁଇ ସହଯୋଗୀଙ୍କ ସହ କଶ୍ମୀରରେ ଅନୁପ୍ରବେଶ କରିଥିଲା। ପୁଲଵାମାରେ କାର୍ ବିସ୍ଫୋରଣ କରାଇ ୪୧ ଯବାନଙ୍କ ଜୀବନ ନେଇଥିବା ଆଦିଲ ଅହମ୍ମଦ ଦରକୁ ସେ ହିଁ ଏଭଳି ଘାତକ ଆକ୍ରମଣ ପାଇଁ ପ୍ରଶିକ୍ଷଣ ଦେଇଥିଲା। ୩୨ ବର୍ଷୀୟ ଗାଜି ୨୦୦୮ ମସିହାରେ ଜେଇଏମରେ ସାମିଲ ହୋଇ ଆଫଗାନିସ୍ତାନରେ ତାଲିବାନ ସଂଗଠନ ଦ୍ବାରା ତାଲିମପ୍ରାପ୍ତ ହୋଇଥିଲା। ସେ ଅଧୁନା ପାକ୍ ଅଧିକୃତ କଶ୍ମୀରରେ ଜେଇଏମରେ ସାମିଲ ହେଉଥିବା ନୂତନ ସଦସ୍ୟମାନଙ୍କୁ ତାଲିମ ଦେଉଛି। ଗାଜି ଭାରତୀୟ ସୁରକ୍ଷା କର୍ମୀଙ୍କ ଦ୍ବାରା ନିପାତ ହୋଇଥିବା ମାସୁଦର ଦୁଇ ପୁତୁରାଙ୍କ ମୃତ୍ୟୁର ପ୍ରତିଶୋଧ ପାଇଁ କଶ୍ମୀର ଆସିଥିଲା।

ସମ୍ବନ୍ଧିତ ଖବର