ମୋଦୀ ବିରୋଧୀ କଥା କହିବା ପାଇଁ ସାମ୍ବାଦିକମାନେ କିଭଳି ବାଧ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରଥମେ ପଚାରିଲେ
ନୂଆଦିଲ୍ଲୀ: ଚଳିତ ବର୍ଷ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଦେଶର ଅର୍ଥନୀତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ପରିପ୍ରେକ୍ଷୀରେ ସେ ଦେଇଥିବା ମନ୍ତବ୍ୟକୁ ନେଇ ଦେଶରେ ବିତର୍କ ଚାଲିଛି। ଏଭଳି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳେ ମୋଦୀଙ୍କ ସହିତ ତାଙ୍କର କ’ଣ ସବୁ ଆଲୋଚନା ହେଲା ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଶ୍ରୀ ବାନାର୍ଜୀ କହିଥିଲେ ମୋଦୀ ତାଙ୍କ ସହିତ ଏକ ମଜାଳିଆ କଥାରୁ ସାକ୍ଷାତ ଆରମ୍ଭ ହୋଇଥିଲା। ସାମ୍ବାଦିକମାନେ ତାଙ୍କୁ କିଭଳି ମୋଦୀ-ବିରୋଧୀ କଥା କହିବାକୁ ବାଧ୍ୟ କରୁଛନ୍ତି ସେଥିରୁ ଆଲୋଚନା ଆରମ୍ଭ ହୋଇଥିଲା ବୋଲି ଶ୍ରୀ ବାନାର୍ଜୀ କହିଥିଲେ। ଶ୍ରୀ ବାନାର୍ଜୀ ଦେଶର ବ୍ୟାଙ୍କିଙ୍ଗ୍ ସଙ୍କଟକୁ ଅତ୍ୟନ୍ତ ଗମ୍ଭୀର ବୋଲି ଦର୍ଶାଇଛନ୍ତି। ଏଥିପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ସେ କହିଛନ୍ତି। କେନ୍ଦ୍ରୀୟ ଭିଜିଲାନ୍ସ କମିସନ (ସିଭିସି)କୁ ସେ ଦୃଢ଼ଭାବେ ସମାଲୋଚନା କରିବା ସହ କହିଛନ୍ତି, ସରକାରୀ ବ୍ୟାଙ୍କ ଗୁଡ଼ିକରେ ସରକାରଙ୍କର ଅଂଶଧନ ୫୦%ରୁ ତଳକୁ କମାଇ ଦିଆଯିବା ଆବଶ୍ୟକ। ଏହାହେଲେ ବ୍ୟାଙ୍କ କାର୍ଯ୍ୟରେ ଭିଜିଲାନ୍ସ ହସ୍ତକ୍ଷେପ କରିପାରିବ ନାହିଁ ବୋଲି ସେ କହିଛନ୍ତି।
ମୋଦୀଙ୍କ ସହିତ ମଜାରୁ ଆରମ୍ଭ ହେଲା ନୋବେଲ୍ ବିଜେତା ଅଭିଜିତ୍ଙ୍କ ସାକ୍ଷାତ
/sambad/media/post_attachments/wp-content/uploads/2019/10/abhijeet-meet-modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)