ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ: ଡିସେମ୍ବର ୧୦ ତାରିଖରୁ ଶୁଣାଣି ଆରମ୍ଭ କରିବେ ସାମ୍ବିଧାନିକ ଖଣ୍ଡପୀଠ

ନୂଆଦିଲ୍ଲୀ: ଧାରା ୩୭୦କୁ ଉଚ୍ଛେଦ କରି ପୂର୍ବତନ ରାଜ୍ୟ ଜମ୍ମୁ ଓ କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପରିବର୍ତ୍ତନ କରାଯାଇଥିବା ନିଷ୍ପତ୍ତି ବିରୋଧରେ ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି ଡିସେମ୍ବର ୧୦ ତାରିଖରୁ ଆରମ୍ଭ ହେବ ବୋଲି ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଗୁରୁବାର ଦିନ ଶୁଣାଣି ପାଇଁ ଏହି ମାମଲା ତାଲିକାଭୁକ୍ତ କରାଯାଇଥିଲା, କିନ୍ତୁ ଶୀର୍ଷ ଅଦାଲତ ଏହି ମାମଲାକୁ ଡିସେମ୍ବର ୧୦ ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି।

ଅକ୍ଟୋବର ୨୪ ତାରିଖ ଆଦେଶରେ ସୁପ୍ରିମ୍‌ କୋର୍ଟ କହିଥିଲେ ଯେ ଉଚ୍ଛେଦ କରାଯାଇଥିବା ଧାରା ୩୭୦ ବ୍ୟବସ୍ଥାର ବୈଧ୍ୟତାକୁ ଚାଲେଞ୍ଜ୍‌ କରି ଦାଏର କରାଯାଇଥିବା ପିଟିସନ୍‌ଗୁଡ଼ିକର ଶୁଣାଣି କରିବେ ୫ ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ।

ସମ୍ବନ୍ଧିତ ଖବର