‘ସଂଜୁ’ର ନିର୍ମାତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ ଅଣ୍ଡର ଓ୍ଵାର୍ଲଡ୍‌ ଡନ୍‌ ଆବୁ ସଲେମ୍‌ !

ମୁମ୍ବାଇ : ବଲିଉଡ଼୍‍ର ପ୍ରତିଭାବାନ୍‌ କଳାକାର ସଂଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ‘ସଂଜୁ’ ଇତିମଧ୍ୟରେ ୩୫୦ କୋଟିର ଆୟ କରିସାରିଲାଣି। ଏଥିରେ ଟାଇଟଲ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ରଣବୀର କପୁର। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପରେଶ ରାଓ୍ଵଲ୍‌, ମନୀଷା କୋଇରାଲା,ସୋନମ୍‌ କପୁର,କରିସ୍ମା ତନ୍ନା , ଭିକି କୌଶଲ, ଅନୁଷ୍କା ଶର୍ମା ଏବଂ ଦୀୟା ମୀର୍ଜା ପ୍ରମୁଖ ଅଭିନୟ କରିଛନ୍ତି। ହେଲେ ଏହି ସିନେମା ଏବେ ବିବାଦରେ ଫସିଯାଇଛି।

 

ଅଣ୍ଡର ଓ୍ଵାର୍ଲଡ୍‌ ଡନ୍‌ ଆବୁ ସଲେମ୍‌ ଏବେ ଏହି ସିନେମାର ପ୍ରଯୋଜକ ବିଧୂବିନୋଦ ଚୋପ୍ରା ଏବଂ ରାଜ କୁମାର ହିରାନୀଙ୍କ ପାଖକୁ ଓକିଲ ନୋଟିସ୍‌ ପଠାଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି। ଏଥିଲାଗି ସେ ୧୫ ଦିନର ମହଲତ ଦେଇଛନ୍ତି। ଯଦି ଏହିସମୟ ଭିତରେ ନିର୍ମାତା ତାହା ନ କରନ୍ତି ତେବେ ସେ ମାନହାନି ମକଦ୍ଦମା କରିବେ ବୋଲି ଅବୁ ସଲେମଙ୍କ ଓକିଲ କହିଛନ୍ତି।

 

ସେହି ସିନେମାରେ ତାଙ୍କ ସଂପର୍କରେ ଭୁଲ ତଥ୍ୟ ପ୍ରଦାନ କରାଯାଇଥିବା ଅଭିଯୋଗରେ ଏଭଳି ପଦକ୍ଷେପ ନେଇଛନ୍ତି ଅଣ୍ଡର ଓ୍ଵାର୍ଲଡ୍‌ ଡନ୍‌ ଆବୁ ସଲେମ୍‌ । ସେହି ସିନେମାରେ ୧୯୯୩ ବୋମା ବିସ୍ଫୋରଣ ସମୟରେ ଅବୁ ସଲେମ୍‌ ମାରଣାସ୍ତ୍ର ଯୋଗାଉଥିବା ଦର୍ଶାଯାଇଛି, ଯାହା ଠିକ୍‌ ନୁହେଁ ବୋଲି ଅବୁ ସଲେମଙ୍କ ଓକିଲ କହିଛନ୍ତି।

ସମ୍ବନ୍ଧିତ ଖବର