ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ

ଏବିଭିପି ପ୍ରାର୍ଥୀ ହେଲେ ସଭାପତି

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (ଡିୟୁଏସ୍‌ୟୁ) ନିର୍ବାଚନରେ ଆଜି ବିଜେପିର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ୪ଟି ପ୍ରମୁଖ ପଦବି ମଧ୍ୟରୁ ୩ଟିକୁ ହାତେଇଛି। ସଭାପତି, ଉପସଭାପତି ଓ ଯୁଗ୍ମ ସଂପାଦକ ପଦରେ ଏହାର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସ ଛାତ୍ର ସଂଗଠନ ଏନ୍‌ଏସ୍‌ୟୁଆଇ ଗୋଟିଏ ପଦବି ହାତେଇଛି। ଏବିଭିପିର ଅଙ୍କିଭ୍‌ ବସୋୟା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏନ୍‌ଏସ୍‌ୟୁଆଇର ସନି ଛିଲ୍ଲରଙ୍କୁ ୧,୭୪୪ ଭୋଟ୍‌ରେ ପରାସ୍ତ କରିଛନ୍ତି। ଉପସଭାପତି ପଦରେ ଏବିଭିପିର ଶକ୍ତି ସିଂହ ଏନ୍‌ଏସ୍‌ୟୁଆଇର ଲିନାଙ୍କୁ ୭,୬୪୩ ଭୋଟ୍‌ରେ ହରାଇଛନ୍ତି। ସଂପାଦକ ପଦରେ ଏନ୍‌ଏସ୍‌ୟୁଆଇର ଆକାଶ ଚୌଧରୀ ଓ ଏବିଭିପିର ଜ୍ୟୋତି ଯୁଗ୍ମ ସଂପାଦକ ପଦରେ ବିଜୟ ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର