କୋଠା ଭୁଶୁଡ଼ି ୪ ମୃତ

ନୋଏଡ଼ା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡ଼ାସ୍ଥିତ ଶାହବେରି ଗ୍ରାମରେ ଦୁଇଟି ୬ ମହଲାବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ଏବେ ବି ଭୁଶୁଡ଼ି ପଡ଼ିଥିବା କଂକ୍ରିଟ୍‌ ତଳେ ୫୦ରୁ ଊର୍ଧ୍ୱ ଲୋକ ରହିଥିବା ଜଣାଯାଇଛି। ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୮ ଜଣଙ୍କ ବିରୋଧରେ ମାମଲା ଦାଏର କରିଛି। ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୋଏଡ଼ାର ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର