ଆସାମ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୦ ମୃତ

ଗୌହାଟୀ: ଆସାମର ଶିବସାଗର ଜିଲ୍ଲା ସ୍ଥିତ ଡେମୋରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ୧୨ ଆହତଙ୍କ ମଧ୍ୟରୁ ୮ ଜଣ ଗୁରୁତର ଅଛନ୍ତି। ଡେମୋର ଥାଓରା ଡୋଲ୍‌ରେ ଉକ୍ତ ଦୁର୍ଘଟଣା ଘଟିଛି। ଦୁଇଟି ଯାତ୍ରୀବାହୀ ଗାଡ଼ି ପରସ୍ପର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏତେ ସଂଖ୍ୟାରେ ଲୋକ ମୃତାହତ ହୋଇଛନ୍ତି। ପୁଲିସ ସୂତ୍ରରୁ ଜାଣିବାକୁ ମିଳିଛି ଯେ ୪ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଆସାମ୍‌ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର