ନୂଆଦିଲ୍ଲୀ: ପୁଣିଥରେ ମଝି ଆକାଶରେ ଧକ୍କାରୁ ଅଳ୍ପକେ ବର୍ତ୍ତି ଯାଇଛି ଦୁଇଟି ଯାତ୍ରୀବାହୀ ବିମାନ। ଗତ ୨ ତାରିଖ ଦିନ ଇଣ୍ଡିଗୋ ଓ ଏୟାର ଡେକାନ ଦୁଇ ବିମାନ ବାଂଲାଦେଶର ଢାକା ଆକାଶରେ ମୁହାଁମୁହିଁ ହୋଇ ଯାଇଥିଲେ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଓ ସତର୍କ ଚେତାବନୀ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳି ଯାଇଥିଲା। ଏବେ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ(ଏଏଆଇବି)ଏହି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ମିଳିଥିବା ଖବର ମୁତାବକ, କୋଲକାତାରୁ ଅଗରତାଲା ଯାଉଥିବା ଇଣ୍ଡିଗୋ ବିମାନ ୬ଇ-୮୯୨ ଏବଂ ଅଗରତାଲାରୁ କୋଲକାତା ଯାଉଥିବା ଏୟାର ଡେକାନ ବିମାନ ଡିଏନ-୬୦୨ ଉଭୟ ୯ହଜାର ଫୁଟ ଉଚ୍ଚତାରେ ଉଡୁଥିବା ବେଳେ, ହଠାତ୍ ଢାକା ଆକାଶରେ ମୁହାଁମୁହିଁ ହୋଇଥିଲେ। ଦୁଇ ବିମାନ ମଧ୍ୟରେ ନିମ୍ନତମ ଦୂରତା ମଧ୍ୟ ପାର ହୋଇ ମାତ୍ର ୭ଶହ ମିଟରରେ ପହଞ୍ଚିଥିଲା। ଏହାପରେ ଉଭୟ ବିମାନ ସେମାନଙ୍କର ଉଡାଣ ଉଚ୍ଚତା ପରିବର୍ତ୍ତନ କରିବା ପରେ ବଡ଼ ଧରଣର ବିପଦ ଟଳି ଯାଇଥିଲା।
ମଝି ଆକାଶରେ ଧକ୍କାରୁ ବର୍ତ୍ତିଲା ଦୁଇ ବିମାନ
/sambad/media/post_attachments/wp-content/uploads/2018/05/aircraft-generic-istock_650x400_71526046799.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)