ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ: ଦଳିତ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା

ଥିରୁବନନ୍ତପୁରମ: ୨୦୧୬ ଏପ୍ରିଲ ମାସରେ କେରଳର ଜଣେ ଦଳିତ ଆଇନ ବିଦ୍ୟାର୍ଥୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ କେରଳର ଏକ ସ୍ୱତନ୍ତ୍ର କୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ କରିଛନ୍ତି। ଏଭଳି ଜଘନ୍ୟ କାଣ୍ଡର ଅଭିଯୁକ୍ତକୁ କ୍ଷମା ମିଳିବାର ପ୍ରଶ୍ନ ଉଠୁନାହିଁ ବୋଲି ଅଦାଲତ ଟିପ୍ପଣୀ କରିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ଅଭିଯୁକ୍ତ ଆମିର ଉଲ ଇସଲାମ ଆସାମରୁ ଆସି କେରଳରେ ଦୀର୍ଘ ୮ ବର୍ଷ ଧରି ଦିନ ମଜୁରିଆ ଭାବେ କାମ କରୁଥିଲା। ତେବେ ପୀଡ଼ିତା ଛାତ୍ରୀଙ୍କ ଘର ନିକଟରୁ ମାତ୍ର ୫୦୦ ମିଟର ଦୁରରେ ରହୁଥିବା ଆମିର ୨୦୧୬ ଏପ୍ରିଲ ୧୮ରେ ଏଭଳି କାଣ୍ଡ ଘଟାଇଥିଲା। ପୀଡ଼ିତା ଘରେ ଏକୁଟିଆ ଥିବା ସୁଯୋଗରେ ସେ ପୀଡ଼ିତାଙ୍କ ଘରେ ବଳପୂର୍ବକ ପଶି ତାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା। ଦିନ ମଜୁରିଆ ଭାବେ କାମ କରୁଥିବା ପୀଡ଼ିତାଙ୍କ ମା’ ଘରକୁ ଫେରି ଝିଅ ମୃତ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ। ପରେ ଝିଅର ଶରୀରରେ ୩୦ରୁ ଊର୍ଦ୍ଧ୍ୱ କ୍ଷତ ଚିହ୍ନ ଦେଖି ଘଟଣା ବିଷୟରେ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର