ଅସଦାଚରଣ ପୀଡିତାଙ୍କ ମାଙ୍କୁ ହତ୍ୟା କଲେ ଅଭିଯୁକ୍ତ

ଆଗ୍ରା: ଉତ୍ତରପ୍ରଦେଶରେ ଅସଦାଚରଣ ପୀଡିତାଙ୍କ ମାଙ୍କୁ ହତ୍ୟା । ପୀଡିତାଙ୍କ ପରିବାରକୁ ଅସଦାଚରଣ ଅଭିଯୁକ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ଶୁକ୍ରବାର ଦିନ ୨ ଅଭିଯୁକ୍ତ ପରବେଜ ଓ ଆବିଦକୁ ଏନକାଉଣ୍ଟର କରି ଗିରଫ କରିବା ସହ ମାମଲା ରୁଜୁ କରିଛି । ଏହାସହ ଗିରଫଙ୍କ ସଂଖ୍ୟା ୬ରେ ପହଂଚିଛି । ଡିଆଇଜି ଅନନ୍ତ ଦେଓଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ଦ୍ୱୟ ଅସଦାଚରଣ ମାମଲା ସହ ହତ୍ୟା ମାମାଲାରେ ସମ୍ପୃକ୍ତ । କାନପୁର ପୂର୍ବାଞ୍ଚଳ ଏସପିଙ୍କ ଅନୁଯାୟୀ ଜଜମାଉ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୨ଅଭିଯୁକ୍ତ ଆହତ ହୋଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଗୁଳି ବାଜିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

abplive.com

ଏହାସହ ଜାନୁୟାରୀ ୯ତାରିଖ ଆକ୍ରମଣ ଘଟଣାରେ ମଧ୍ୟ ଏମାନଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଗତବର୍ଷ ୟୁପି ଜଜମାଉର ଜଣେ ନାବାଳିକାଙ୍କୁ ୭ଜଣ ଅଭିଯୁକ୍ତ ଅସଦାଚରଣ କରିଥିଲେ । ଘଟଣା ନେଇ ପୀଡିତାଙ୍କ ମାଆ ଚକେରୀ ପୁଲିସ ଷ୍ଟେସନରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।

ଏହାପରେ ମାମଲା ଫେରାଇ ନେବା ପାଇଁ ପୀଡିତାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରାଯାଇଥିଲା । ତେବେ ପରିବାର ପକ୍ଷରୁ ମାମଲାକୁ ଫେରାଇ ନେବା ପାଇଁ ମନା କରାଯିବାରୁ ଅଭିଯୁକ୍ତମାନେ ପୀଡିତାଙ୍କ ମାଆ ଓ ମାଉସୀଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ପୀଡିତାଙ୍କ ମାଁଙ୍କ ମୃତ୍ୟୁ ହୋଇଥିବା ବେଳେ ଜୀବନ ସହ ପୀଡ଼ିତାଙ୍କ ମାଉସୀ ସଂଘର୍ଷ କରୁଛନ୍ତି ।

ସମ୍ବନ୍ଧିତ ଖବର