ଏସିଡ୍‍ ଫିଙ୍ଗିଥିବା ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହ କରିବା ସହ ସର୍ଜରି ପାଇଁ ଦାନ କରିବ ନିଜର ଚର୍ମ

ମୁମ୍ବାଇ : ମହିଳାଙ୍କୁ ଏସିଡ଼୍‍ ମାଡ଼ କରିବା ପରେ ମଧ୍ୟ ଅଦାଲତ ଅଭିଯୁକ୍ତଙ୍କୁ କୌଣସି ଦଣ୍ଡ ନ ଦେଇ ଖଲାସ କରିଛି । ମହିଳାଙ୍କୁ ଏସିଡ଼୍‍ ମାଡ଼ କରିଥିବା ଯୁବକ ପୀଡ଼ିତାଙ୍କୁ ବିବାହ କରିବା ସହ ସର୍ଜରି ପାଇଁ ନିଜ ଚର୍ମ ଦାନ କରିବାକୁ ରାଜି ହେବା ପରେ ଅଦାଲତ ଏହି ନିଷ୍ପତ୍ତିି ନେଇଥିବା ଜଣାପଡ଼ିଛି । ଆଗରୁ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଦିଆଯିବ ବୋଲି ନିଷ୍ପତ୍ତିି ନିଆ ଯାଇଥିବା ବେଳେ ଏବେ ଏହି ନିଷ୍ପତ୍ତିିକୁ ବଦଳାଇଛି ଅଦାଲତ ।

Times of India

ସୂଚନା ମୁତାବକ,୮ବର୍ଷ ପୂର୍ବେ ମୁମ୍ବାଇର ଅନୀଲ ପାଟିଲ ନାମକ ଜଣେ ଯୁବକ ପୀଡ଼ିତାଙ୍କ ଉପରକୁ ଏସିଡ଼୍‍ ମାଡ଼ କରିଥିଲେ । ଏକତରଫା ପ୍ରେମ ପାଇଁ ଯୁବକ ଜଣଙ୍କ ଏପରି କରିଥିବା ଜଣା ପଡ଼ିଛି । ଏସିଡ଼୍‍ ମାଡ଼ ପରେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବା ସହ ଘଟଣାର କିଛି ଦିନ ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିଲା ପୁଲିସ । ଡ଼ିସେମ୍ବର ୨୦୧୩ ରେ ମୁମ୍ବାଇ ସେସନ କୋର୍ଟ(ଦୌରାଜଜ୍‌ କୋର୍ଟ) ଅଭିଯୁକ୍ତଙ୍କୁ ଧାରା ୩୨୬ଅନୁଯାୟୀ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ଏହା ସହ ୨୫,୦୦୦ ଟଙ୍କାର ଜରିମାନା ଦେବା ପାଇଁ ମଧ୍ୟ ଅଦାଲତ ଘୋଷଣା କରିଥିଲା । କିଛି ଦିନ ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହ କରିବା ସହ ସର୍ଜରି ପାଇଁ ନିଜର ଚର୍ମ ଦାନ କରିବି ବୋଲି କହି ବମ୍ବେ ହାଇକୋର୍ଟରେ ନିଜର ଦଣ୍ଡକୁ କମାଇବା ପାଇଁ ଆବେଦନ କରିଥିଲେ । ଏ ନେଇ ଶୁଣାଣି କରାଯିବା ସମୟରେ ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତ ସାଥୀରେ ରହିବା ପାଇଁ ଚାହାନ୍ତି ବୋଲି କହିଥିଲୋ ସବୁ ଜିନିଷକୁ ଆଖି ଆଗରେ ରଖି ଅଦାଲତ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରୁ ମୁକ୍ତ କରିଥିଲେ ।

ସମ୍ବନ୍ଧିତ ଖବର