ଆଧାର କାର୍ଡ ମାଧ୍ୟମରେ ୫୦୦ ପିଲାଙ୍କୁ ଚିହ୍ନଟ କରାଯାଇଛି : ୟୁଆଇଡିଏଆଇ

ନୂଆଦିଲ୍ଲୀ : କିଛି ମାସ ମଧ୍ୟରେ ଆଧାର କାର୍ଡ଼ ସହାଯ୍ୟରେ ପ୍ରାୟ ୫୦୦ ହଜିଯାିଥିବା ପିଲାଙ୍କୁ ଚିହ୍ନଟ କରାଯାଇଛି ବୋଲି କହିଛନ୍ତି ୟୁନିକ ଆଇଡେଣ୍ଟିଟି ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ)ର ସିଇଓ ଅଜୟ ଭୁଷଣ ପାଣ୍ଡେ ।ଏକ ଅନ୍ତର୍ଜାତୀୟ କର୍ମଶାଳାରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ “ଏକ ଅନାଥ ଆଶ୍ରମରେ ଆଧାର କାର୍ଡ଼ ଏନ୍‌ରୋଲମେଣ୍ଟ ଚାଲୁଥିବା ବେଳେ ଜଣେ ପିଲାର ୧୨ଅଙ୍କ ବିଶିଷ୍ଟ ବାୟୋମେଟ୍ରିକ୍‌ ନମ୍ବର ଆଗରୁ ତିଆରି ହୋଇ ସାରିଛି ବୋଲି ଜଣା ପଡ଼ିଲା । ତା’ପରେ ଆଧାର ନମ୍ବରରୁ ପିଲାଟିର ବାପା-ମା’ଙ୍କ ଠିକଣା ମିଳିଗଲା। ଏହି ଭଳି ଭାବରେ ଆମେ ପରିବାର ଠାରୁ ଅଲଗା ହୋଇଥିବା ପ୍ରାୟ ୫୦୦ ପିଲାଙ୍କୁ ଚିହ୍ନଟ କରି ସାରିଲାଣୁ । ଆପଣମାନେ ଫିଲ୍ମରେ ଦେଖିଥିବେ ମେଳାରେ ହଜିଯାଇଥିବା ଭାଇ ଭଉଣୀ ବହୁତ ବର୍ଷ ପରେ ଘରକୁ ଫେରନ୍ତି । ଏବେ ତାହା ଆଧାର ମାଧ୍ୟମରେ ବାସ୍ତବରେ ଘଟୁଛି।”

Scroll.in

୨୦୧୧ର ଜନଗଣନା ଅନୁଯାୟୀ ଭାରତର ୧.୨ ବିଲିୟନ ଜନସଂଖ୍ୟାରୁ ପ୍ରାୟ ୪୦ ପ୍ରତିଶତ ପିଲାଙ୍କ ବୟସ ୧୮ରୁ କମ୍‌ । ଛୋଟ ପିଲାଙ୍କ ଅଧିକାର ପାଇଁ କାମ କରୁଥିବା ଏନ୍‌ଜିଓ ସିଆର୍‌ଓ୍ଵାଇ ଅନୁଯାୟୀ ୨୦୧୩ ଏବଂ ୨୦୧୫ରେ ପ୍ରାୟ ୮୪ପ୍ରତିଶତ ପିଲା ହଜିଥିବା ବେଳେ ତାଙ୍କୁ ଚିହ୍ନଟ କରାଯାଇ ପାରିନାଁହି । ସରକାରଙ୍କ ସୂଚନା ଅନୁଯାୟୀ ପ୍ରତିଦିନ ପାଖାପାଖି ୧୮୦ଜଣ ପିଲା ହଜୁଛନ୍ତି । ଆଧାର ବ୍ୟବସ୍ଥା ଆସିବା ଦ୍ୱାରା ଏହି ସବୁ ସମସ୍ୟାର ସମାଧାନ ଧୀରେ ଧୀରେ ହେଉଛି ବୋଲି ସେ କହିଛନ୍ତି ।

“ଆଧାରକୁ ଅଧିକରୁ ଅଧିକ ସରକାରୀ ଯୋଜନା ସହ ସଂଯୁକ୍ତ କରା ଗଲେ ଏଥିରେ ହେଉଥିବା ଘୋଟାଲାକୁ କମ୍‌ କରାଯାଇ ପାରିବ ବୋଲି କହିବା ସହ ଏବେ ପର୍ଯ୍ୟନ୍ତ ପ୍ରାୟ ୯୯ ପ୍ରତିଶତ ଯୁବକଙ୍କ ପାଖରେ ଆଧାର ରହିଛି” ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର