ଆଧାର ସଂଯୋଗକୁ ଚ୍ୟାଲେଞ୍ଜ୍‌ କରି ମମତା ସୁପ୍ରିମ୍‌କୋର୍ଟରେ

ନୂଆଦିଲ୍ଲୀ: ଟେଲିଫୋନ୍‌ ନମ୍ବର ସହ ଆଧାର ନମ୍ବରର ବାଧ୍ୟତାମୂଳକ ସଂଯୋଗକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚ୍ୟାଲେଞ୍ଜ୍‌ କରି ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସର୍ବୋଚ୍ଚ ଅଦାଲତ ଆସନ୍ତା ସୋମବାର ମମତାଙ୍କ ଆବେଦନର ଶୁଣାଣି କରିବେ ବୋଲି ଜଣାଯାଇଛି। ଉପଭୋକ୍ତାମାନେ ସେମାନଙ୍କ ଫୋନ୍‌ ସେବା ନିରନ୍ତର ରଖିବା ଲାଗି ସେମାନଙ୍କ ଫୋନ୍‌ ନମ୍ବର ସହ ଆଧାର ନମ୍ବରର ସଂଯୋଗୀକରଣ ବାଧ୍ୟତାମୂଳକ ବୋଲି କେନ୍ଦ୍ର ସରକାର ଗତ ମାର୍ଚ୍ଚ ମାସରେ ନୋଟିସ ଜାରି କରିଛନ୍ତି। ତେବେ ତାଙ୍କ ଫୋନ୍‌ସେବା କଟିଯାଉ ପଛକେ ସେ ତାଙ୍କ ନମ୍ବର ସହ ଆଧାର ସଂଯୋଗ କରିବେ ନାହିଁ ବୋଲି ମମତା ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର