ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି | ୬ ବର୍ଷ ମଧ୍ୟରେ ଜିଡିପି ଦର ସବୁଠାରୁ କମ ରହିବାକୁ ନେଇ ଓ ଆମେରିକା -ଚୀନର ବାଣିଜ୍ୟ ଯୁଦ୍ଧକୁ ନେଇ ଯେତେବେଳେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ବୟାନ ରଖିଥିଲେ ତାହା ପରେ ଅଧୀର ରଞ୍ଜନ ବିବାଦୀୟ ବୟାନ ଦେଇଥିଲେ | ଅଧୀର ରଞ୍ଜନ କହିଛନ୍ତି ଯେ ବେଳେବେଳେ ଭାବୁଛି ଆପଣଙ୍କୁ ନିର୍ମଳା ସୀତାରମଣ ବଦଳରେ ନିର୍ବଳା ସୀତାରମଣ କହିବା ଠିକ ହେବ ନା ନାହିଁ | ଆପଣ ମନ୍ତ୍ରୀ ପଦରେ ଅଛନ୍ତି ସତ କିନ୍ତୁ ଆପଣଙ୍କ ମନରେ ଯାହା ଅଛି ତାହା କହିପାରୁନାହାନ୍ତି |
/sambad/media/post_attachments/wp-content/uploads/2019/06/adhir-300x169.jpg)
ଏହା ପୂର୍ବରୁ ଏନଆରସି ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ଅଧୀର ରଞ୍ଜନ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହାଙ୍କୁ ଟାର୍ଗେଟ କରିଥିଲେ | ସେ କହିଥିଲେ ଯେ ଏନଆରସିକୁ ନେଇ ଏଭଳି ସ୍ଥିତି ଉପୁଜିଛି ଯେ ଆମର ଦେଶର ଲୋକ ଭାବୁଛନ୍ତି ଯେ ସେମାନେ ବାସ୍ତବରେ ନାଗରିକ ନା ନାଗରିକ ନୁହନ୍ତି | ସାଧାରଣ ଲୋକ ସବୁ କାଗଜପତ୍ର ଧରି ବସୁନାହାଁନ୍ତି ଗରିବ, ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କୁ ଖାଦ୍ୟ ଚିନ୍ତା ରହିଥାଏ | କାଗଜପତ୍ର ବାବଦରେ ଭାବିବାକୁ ସେମାନଙ୍କ ପାଖରେ ସମୟ ନାହିଁ |
/sambad/media/post_attachments/wp-content/uploads/2019/01/686949-modi-shah-050817-300x169.jpg)
କଂଗ୍ରେସ ନେତା କହିଥିଲେ ଯେ ହିନ୍ଦୁସ୍ଥାନରେ ଉଭୟ ହିନ୍ଦୁ ଓ ମୁସଲମାନ ରହିପାରିବେ | କିନ୍ତୁ ସେମାନେ (ମୋଦୀ-ଶାହା) ଦେଖାଇବାକୁ ଚାଁହୁଛନ୍ତି ଯେ ଆମେ ହିନ୍ଦୁଙ୍କୁ ରହିବାକୁ ଦେବା ମୁସଲମାନଙ୍କୁ ତଡ଼ିଦେବା | ଉଭୟ ମୋଦୀ ଓ ଅମିତ ଶାହା ଅନୁପ୍ରବେଶକାରୀ ବୋଲି ଚୌଧୁରୀ ବିବାଦୀୟ ବୟାନ ଦେଇଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/nirmalasitharaman1.jpg)