ନୂଆଦିଲ୍ଲୀ: ଆମେରିକା ମିଡିଆରୁ ଆସିଥିବା ଏକ ରିପୋର୍ଟରେ ଭାରତର ସେହି ଦାବିକୁ ଖାରଜ କରି ଦେଇଛି, ଯେଉଁଥିରେ ଭାରତ କହିଥିଲା କି ଭାରତୀୟ ବାୟୁସେନା (ଆଇଏଏଫ୍) ମିଗ-୨୧ ଫାଇଟର ଜେଟ ପାକିସ୍ତାନ ଏଫ୍ -୧୬କୁ ଖସାଇ ଦେଇଛି। ଫେବ୍ରୁଆରି ୨୭ରେ ପାକିସ୍ତାନ ବାୟୁସେନା (ପିଏଏଫ୍) ଜେଟସ୍ ଜମ୍ମୁକଶ୍ମୀରରେ ପ୍ରବେଶ କରିଥିଲା ଏବଂ ତାହା ଭାରତୀୟ ବାୟୁସେନାର ଉଲଙ୍ଘନ କରିଥିଲା।
IAF sources also confirmed that radio communication of Pakistan Air Force intercepted by it confirms that one of the F-16s that attacked India on February 27 did not return to its base. https://t.co/pwjMA9tk0e
— ANI (@ANI) April 5, 2019
ତେବେ ଆମେରିକା ମିଡିଆର ଏହି ଦାବି ଉପରେ ଭାରତୀୟ ବାୟୁସେନା ପ୍ରମାଣ ଦେଇଛି। ଭାରତୀୟ ବାୟୁସେନା ପାକିସ୍ତାନ ବାୟୁସେନାର ରେଡିଓକୁ ଇଣ୍ଟରପ୍ଟ କରି ସେମାନଙ୍କ କଥାବର୍ତ୍ତାକୁ ସାମ୍ନାକୁ ଆଣିଛି। ଏହି ରେଡିଓ ମେସେଜରେ କୁହାଯାଇଛି କି, ଭାରତ ଉପରେ ଆକ୍ରମଣ କରିବାକୁ ଯାଇଥିବା ଦୁଇ ଏଫ୍-୧୬ ମଧ୍ୟରୁ ଗୋଟିଏ ଘାଟିକୁ ଫେରି ନାହିଁ।