ଆଦିତ୍ୟ ଠାକରେଙ୍କ ସଂପର୍କରେ ଏହି କଥା କହିଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି  ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ହେବାପରେ ବିଧାନସଭା   ନିର୍ବାଚନକୁ  ନେଇ  ରାଜନୀତି  ସରଗରମ  ରହିଛି। ମେଣ୍ଟ ବିଜୟୀ ହେଲେ ପୁଣି ଥରେ ଦେବେନ୍ଦ୍ର ଫଡନବିସ  ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ମେଣ୍ଟ ଘୋଷଣା ସମୟରେ  ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦ ଲାଗି  ପ୍ରସ୍ତାବ ଦିଆଯାଇଥିବା କୁହାଯାଉଛି।

ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ସେ କହିଛନ୍ତି  ଯେ ପୁଣି ଥରେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ କ୍ଷମତାକୁ ଆସିଲେ ଶିବସେନାର ସୁପ୍ରିମୋ  ଉଦ୍ଧବ  ଠାକରେଙ୍କ  ପୁଅ  ଆଦିତ୍ୟ ଠାକରେ ଉପମୁଖମନ୍ତ୍ରୀ ହେଲେ ତାଙ୍କର କୌଣସି  ସମସ୍ୟା ନାହିଁ।

image source-oneindia

ଗତକାଲି ଏକ ଟିଭି ଚାନେଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ  ଯୋଗ ଦେଇ ସେ କହିଛନ୍ତି ଯେ,ମହାରାଷ୍ଟ୍ରରେ  ବିଜେପି-ଶିବସେନା ମେଣ୍ଟରେ କିଛି ଅସୁବିଧା ନାହିଁ। ଉଭୟ ଦଳର କର୍ମୀମାନେ  ପରସ୍ପରଲାଗି ପ୍ରଚାର ବି କରୁଛନ୍ତି। ସେ ଆହୁରି ବି କହିଛନ୍ତି ଯେ ବିଶ୍ୱସାରା  ଭାରତକୁ  ଯେଉଁ ସମ୍ମାନ  ମିଳୁଛି,  ତାହା  କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  କାରଣରୁ ମିଳୁଛି।

 

ସମ୍ବନ୍ଧିତ ଖବର