ବେଆଇନ ଭାବରେ ରହୁଥିବା ବିଦେଶୀ ନାଗରିକଙ୍କୁ ବାହାର କରିବେ ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ବେଆଇନ ଭାବରେ ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ବାହାର କରିବାକୁ ପଦକ୍ଷେପ ନେବାକୁ ଯାଉଛନ୍ତି। ଏ ବାବଦରେ ଯୋଗୀ ଆଦିତ୍ୟନାତ ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଆଦେଶ ମୁତାବିକ ଉତ୍ତରପ୍ରଦେଶରେ ଆଇନ ସମ୍ମତ ପ୍ରମାଣ ପତ୍ର ବିନା ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ବାହାର କରାଯିବ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ଆଦେଶ ଅନୁସାରେ ରାଜ୍ୟରେ ବେଆଇନ ଭାବରେ ରହୁଥିବା ବିଦେଶୀ ନାଗରିକଙ୍କ ରାଜ୍ୟବ୍ୟାପୀ ସର୍ଭେ କରି ସେମାନଙ୍କୁ ବାହାର କରାଯିବ। ସରକାର ରାଜ୍ୟରେ ସଦିଗ୍ଧ ବ୍ୟକ୍ତିଙ୍କୁ ବେଆଇନ ଅନୁପ୍ରବେଶକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ପନ୍ଥା ଅବଲମ୍ବନ କରିବା ପରେ ବାଂଲାଦେଶୀ ଓ ରୋହିଗ୍ୟା ସଂଖ୍ୟାଲଘୁ ସମ୍ପଦାୟର ଲୋକେ ମଧ୍ୟ ପ୍ରଭାବିତ ହେବେ।

ସମ୍ବନ୍ଧିତ ଖବର