ରାମଙ୍କ କୃପା ହେଲେ ଯାଇ ମନ୍ଦିର ନିର୍ମାଣ ହୋଇପାରିବ: ଆଦିତ୍ୟନାଥ

ଲକ୍ଷ୍ନୌ: ପ୍ରଭୁ ରାମଚନ୍ଦ୍ରଙ୍କ କୃପା ହେଲେ ଯାଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହୋଇପାରିବ। ରାମ ମନ୍ଦିର ନିଶ୍ଚିତ ନିର୍ମାଣ ହେବ। କିନ୍ତୁ ଏଥି ପାଇଁ ଧୈର୍ଯ୍ୟ ରଖିବା ଆବଶ୍ୟକ ବୋଲି ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଅଯୋଧ୍ୟାରେ ଆୟୋଜିତ ସନ୍ଥ ସମ୍ମିଳନୀରେ ଯୋଗ ଦେଇ ଆଦିତ୍ୟନାଥ କହିଛନ୍ତି ଯେ, ରାମଙ୍କ ନିର୍ଦ୍ଦେଶ ହେଲେ ଯାଇ ମନ୍ଦିର ନିର୍ମାଣ ହୋଇପାରିବ। ଏଥିନେଇ ସଂଶୟ ରହିବା ଅନୁଚିତ୍‌। ଆଦିତ୍ୟନାଥ ଏହି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରି ମନ୍ଦିର ନିର୍ମାଣରେ ବାଧା ଉପୁଜାଉଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର