ନାଳରୁ ମୃତଦେହ ଉଦ୍ଧାର

ଆମେରିକାରେ ଭାରତୀୟ ପୋଷ୍ୟକନ୍ୟା ନିଖୋଜ ଘଟଣା:

ନୂଆଦିଲ୍ଲୀ: ଆମେରିକାର ରିଚାର୍ଡସନ୍‌ ଅଞ୍ଚଳରେ ୨ ସପ୍ତାହ ତଳେ ନିଖୋଜ ହୋଇଥିବା ୩ ବର୍ଷୀୟା ଭାରତୀୟ ପୋଷ୍ୟକନ୍ୟା ସେରିନ ମାଥ୍ୟୁସ୍‌ର ମୃତଦେହ ମିଳିଛି। ଟେକ୍ସାସର ରିଚାର୍ଡସନ୍‌ ସହର ବାସିନ୍ଦା ସିନି ମାଥ୍ୟୁସ ଏବଂ ପତ୍ନୀ େଓ୍ଵସଲି ମାଥ୍ୟୁସ୍‌ ଦୁଇବର୍ଷ ତଳେ ବିହାର ପ୍ରଦେଶର ନାଳନ୍ଦା ଅଞ୍ଚଳର ଏକ ଅନାଥାଶ୍ରମରୁ ସେରିନକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ। ତେବେ ଗତ ୭ ତାରିଖରେ ସେରିନ କ୍ଷୀର ନପିଇବାରୁ ତା’କୁ ଦଣ୍ଡ ଦେବାକୁ ଯାଇ େଓ୍ଵସଲି ବିଳମ୍ବିତ ରାତିରେ ସେରିନ୍‌କୁ ଘର ବାହାରେ ଛାଡ଼ି କବାଟ ଦେଇଥିଲେ। ତେବେ କିଛି ସମୟ ପରେ କବାଟ ଖୋଲିବା ପରେ ସେରିନର ପତ୍ତା ମିଳିନଥିଲା। ଗତ ଦୁଇ ସପ୍ତାହ ଧରି ସ୍ଥାନୀୟ ପୁଲିସ ସେରିନଙ୍କୁ ଖୋଜିବା ଜାରି ରଖିଥିିଲା। ତେବେ ଆଜି ସନ୍ଧାନୀ କୁକୁର ସହାୟତାରେ ପୁଲିସ ମାଥ୍ୟୁସ ପରିବାରର ଘର ନିକଟ ଏକ ନାଳରୁ ସେରିନ୍‌ର ଶବ ଉଦ୍ଧାର କରିଛି। ଅପରପକ୍ଷେ, ମାଥ୍ୟୁସ୍‌ ଦମ୍ପତି ସେରିନ୍‌କୁ ନିୟମ ଅନୁଯାୟୀ ପୋଷ୍ୟା ଭାବେ ଗ୍ରହଣ କରିଥିଲେ କି ନାହିଁ ତାହା ତଦନ୍ତ କରିବାକୁ ନାଳନ୍ଦା ଜିଲ୍ଲାପାଳ ନିର୍ଦ୍ଦେଶ କରିଛନ୍ତି।

ସମ୍ବନ୍ଧିତ ଖବର