କର୍ଣ୍ଣାଟକରେ ୧୭ ବିଧାୟକ ଅଯୋଗ୍ୟ ଘୋଷଣା ହେବା ପରେ ସୁବିଧାରେ ରହିବ ବିଜେପି, କାରଣ ଜାଣନ୍ତୁ

ବାଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୀତି ଦିନକୁ ଦିନ ଅଧିକ ରୋଚକ ମୋଡ ନେଉଛି । କର୍ଣ୍ଣାଟକ ବିଧାନସଭା ବାଚସ୍ପତି ଆଜି ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ଅଯୋଗ୍ୟ ବିଧାୟକ ସଂଖ୍ୟା ୧୭ରେ ପହଞ୍ଚିଛି । ବାଚସ୍ପତିଙ୍କ ଏହି ନିଷ୍ପତ୍ତି କେବଳ ବିଦ୍ରୋହୀ ବିଧାୟକ ନୁହେଁ, ବିଜେପିକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି । ଏହା ସତ୍ତ୍ୱେ ଆସନ୍ତା କାଲି ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଥିବା ୟେଦ୍ୟୁରାପ୍ପା ସରକାରଙ୍କ ପାଇଁ କୌଣସି ବିପଦର ସମ୍ଭାବନା ନାହିଁ ।

୧୭ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ବିଧାନସଭାର ମୋଟ ଆସନ ସଂଖ୍ୟା ୨୦୭କୁ ଖସି ଆସିଛି । ଆସ୍ଥାଭୋଟ ଜିତିବା ପାଇଁ ୧୦୪ଟି ଭୋଟ ଆବଶ୍ୟକ ହେଉଥିବାବେଳେ ବିଜେପିର ୧୦୫ ସଦସ୍ୟ ଅଛନ୍ତି । ଏଣୁ ବିଜେପି ଆସ୍ଥାଭୋଟରେ ଜିତିବ ବୋଲି ୟେଦ୍ୟୁରାପ୍ପା ଦମ୍ଭ ହେଖାଇଛନ୍ତି । ଏପରିକି ବାଚସ୍ପତିଙ୍କ ଏହି ନିଷ୍ପତ୍ତିରେ ବିଜେପିକୁ ଭିତରେ ଭିତରେ ଖୁସି କରୁଥିବ । କାରଣ ବିଦ୍ରୋହୀ ବିଧାୟକ ଯଦି ଅଯୋଗ୍ୟ ବିବେଚିତ ହୋଇ ନଥାନ୍ତେ, ତେବେ ସେମାନଙ୍କୁ ମନ୍ତ୍ରୀପଦ ଦେଇ ସନ୍ତୁଷ୍ଟ କରିବାକୁ ପଡିଥାନ୍ତା । ଏବେ ସେମାନଙ୍କୁ ମନ୍ତ୍ରୀ କରିବାକୁ ପଡିବ ନାହିଁ । ଏପରିକି ସେମାନେ ନିଜ ନିଜ ବିଧାନସଭାରେ ଉପନିର୍ବାଚନ ମଧ୍ୟ ଲଢିପାରିବେ ନାହିଁ ।

ସମ୍ବନ୍ଧିତ ଖବର