ଆଫଗାନିସ୍ତାନ ମସଜିଦ ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୬୨ ଛୁୁଇଁଲା

କାବୁଲ : ପୂର୍ବ ଆଫଗାନିସ୍ତାନରେ ଆଜି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ୬୨ ଛୁଇଁଛିି । ଏହି ଘଟଣାରେ ୩୫ ଜଣ ଆହତ ହୋଇଛନ୍ତି । ତେବେ ଏହା ଆତ୍ମଘାତି ଆକ୍ରମଣ କିମ୍ବା ଆଇଇଡି ବିସ୍ଫୋରଣ ତାହା ସ୍ପଷ୍ଟ ହୋଇନାହିଁ ।

ମିଳିଥିବା ସୂଚନା ଅନୁସାରେ ପୂର୍ବ ଆଫଗାନିସ୍ତାନରେ ଥିବା ନଙ୍ଗରହାର ରାଜ୍ୟରେ ଥିବା ଏକ ମସଜିଦରେ ଆଜି ଶୁକ୍ରବାର ନମାଜ ପାଇଁ ଲୋକମାନେ ଏକାଠି ହୋଇଥିଲେ । ଏହି ଘଟଣାରେ ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । କିନ୍ତୁ ପୂର୍ବ ଆଫଗାନିସ୍ତାନରେ ଉଭୟ ଆଇଏସ ଓ ତାଲିବାନର ପ୍ରଭାବ ରହିଥିବାରୁ ଏହି ଦୁଇ ସଂଗଠନ ମଧ୍ୟରୁ କୌଣସି ଏକ ସଂଗଠନ ଏହି ଆକ୍ରମଣ କରିଥିବା ସଂଦେହ ହେଉଛି । ନଙ୍ଗରହାର ରାଜ୍ୟର ଗଭର୍ଣ୍ଣର ଆତାହୁଲ୍ଲା ଖୋଗ୍ୟାନୀ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଶିଶୁ ଓ ବୟସ୍କବ୍ୟକ୍ତି ମଧ୍ୟ ଅଛନ୍ତି । ଆହତ ମାନଙ୍କୁ ଜଲାଲାବାଦ ହସପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର