ଆଫଗାନିସ୍ତାନରେ ପୁଲିସ ହେଡକ୍ୱାର୍ଟର ଉପରେ ଆତଙ୍କବାଦୀ ଆକ୍ରମଣ, ୧୨ ଜଣଙ୍କର ମୃତ୍ୟୁ

କାବୁଲ: ଆଫଗାନିସ୍ତାନର କାନ୍ଦାହାରରେ ଗୁରୁବାର ରାତିରେ ପୁଲିସ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି | ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି | ଆକ୍ରମଣକାରୀମାନେ ପୁଲିସ ମୁଖ୍ୟାଳୟ ସାମ୍ନାରେ କାର ବୋମା ବିସ୍ଫୋରଣ କରିଥିଲେ | ମିଳିଥିବା ସୂଚନା ମୁତାବକ ମୁଖ୍ୟାଳୟ ବାହାରେ ଦୁଇ ଥର ବିସ୍ଫୋରଣ ହୋଇଥିଲା|

Convenience Group Inc.

ପୁଲିସ କମିଶନର ତଦିନ ଖାଁ କହିଛନ୍ତି ଯେ ଆତଙ୍କବାଦୀମାନେ ପୁଲିସର ନାରକୋଟିକସ ଦପ୍ତର ଉପରେ ଆକ୍ରମଣ କରିଥିଲେ | ବିସ୍ଫୋରଣ କରିବା ପରେ ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳରେ ଆଖିବୁଜା ଗୁଳିଚାଳନା କରିଥିଲେ | ତେବେ ସୁରକ୍ଷାକର୍ମୀ ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଥିଲେ | ବର୍ତ୍ତମାନ ମଧ୍ୟ ଗୁଳି ବିନିମୟ ଜାରି ରହିଥିବାରୁ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ଦେଖାଦେଇଛି |

ସେହିପରି ଆଫଗାନିସ୍ତାନର କାବୁଲ ବିଶ୍ୱବିଦ୍ୟାଳୟର ଫାଟକ ସାମ୍ନାରେ ବି ବୋମା ବିସ୍ଫୋରଣ ହୋଇଛି | ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ବିଶ୍ୱବିଦ୍ୟାଳୟ ଫାଟକ ସାମ୍ନାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଜମା ହୋଇଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା |

ସମ୍ବନ୍ଧିତ ଖବର