ପାକିସ୍ତାନକୁ ପାଣି ବନ୍ଦ କରି ମରୁଭୂମିରେ ପରିଣତ କରିବାକୁ ଯୋଜନା କରୁଛନ୍ତି ମୋଦି

ନୂଆଦିଲ୍ଲୀ : ମୋଦି ସରକାର କ୍ଷମତାକୁ ଆସିବା ପରେ ପାକିସ୍ତାନ ବିଚାରା ବହୁତ ହଇରାଣ ହେଲାଣି । ଗୋଟିଏ ପଟେ ବିଶ୍ୱରେ ଏକଘରିଆ ହୋଇଥିବାରୁ ପାକିସ୍ତାନର ଅର୍ଥନୀତି ସଂକଟରେ ପଡିଛି । ଅନ୍ୟପଟେ ଭାରତ େଦେଇ ପାକିସ୍ତାନକୁ ଯାଉଥିବା ନଦୀଗୁଡ଼ିକରେ ବନ୍ଧ ବାନ୍ଧି ପାକିସ୍ତାନକୁ ଜଳପ୍ରବାହ କମାଇବାକୁ ବସିଛି ଭାରତ । ଏହା ଦ୍ୱାରା ପାକିସ୍ତାନରେ ଘୋର ଜଳ ସଂକଟ ଦେଖାଦେଇଛି । କିନ୍ତୁ ଏତିକିରେ ମୋଦି ଶାନ୍ତିରେ ବସିନାହାନ୍ତି । ଆଫଗାନିସ୍ତାନପଟୁ କିପରି ପାକିସ୍ତାନକୁ ଆସୁଥିବା ନଦୀଗୁଡ଼ିକରୁ ଜଳ ଅଟକାଯିବା ସେ ଦିଗରେ ଭାରତ କାମ କରୁଛି । ଆଫଗାନିସ୍ତାନରୁ ବାହାରି ପାକିସ୍ତାନକୁ ଯାଇଥିବା କାବୁଲ ନଦୀ ଉପରେ ଆଫଗାନିସ୍ତାନ ପକ୍ଷରୁ ଶାହଟୁଟ ଠାରେ ଏକ ନଦୀବନ୍ଧ ନିର୍ମାଣ କରାଯାଉଛି । ଭାରତର ଆର୍ଥିକ ସହାୟତାରେ ଆଫଗାନ ସରକାର ଏହି ପ୍ରକଳ୍ପ ନିର୍ମାଣ କରୁଛନ୍ତି । ଏହି ବନ୍ଧ ତିଆରି ହେଲେ କାବୁଲ ନଦୀରେ ଜଳପ୍ରବାହ କମିଯିବ । ଫଳରେ ପାକିସ୍ତାନରେ ପାଣି ପାଇଁ ହାହାକାର ଖେଳିଯିବ । ପାକିସ୍ତାନର ଲୋକେ ପାଣିପାଇଁ ନେହୁରା ହେବାକୁ ବାଧ୍ୟହେବେ । ଏହା ହିଁ ପାକିସ୍ତାନ ପରି ଦୁଃଷ୍ଟ ରାଷ୍ଟ୍ର ପାଇଁ ପ୍ରକୃ ଶିକ୍ଷା ହେବ ।

ସମ୍ବନ୍ଧିତ ଖବର