ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ୩୦୦ରୁ ଊର୍ଧ୍ୱ ସେନା ସଦସ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଫ୍ସ୍ପା (ସେନା ସ୍ୱତନ୍ତ୍ର କ୍ଷମତା ଆଇନ) ବଳବତ୍ତର ଥିବା ଅଞ୍ଚଳରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କ ବିରୋଧରେ ଥିବା ଏଫଆଇଆରକୁ ଚ୍ୟାଲେଞ୍ଜ କରି ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।