‘ଏଏଫ୍‌ଏସ୍‌ପିଏର ସମୀକ୍ଷା ଦରକାର’: କଂଗ୍ରେସର ନିର୍ବାଚନୀ ଇସ୍ତହାରକୁ ସମର୍ଥନ କରି କହିଲେ ସର୍ଜିକାଲ୍‌ ଷ୍ଟାଇକ୍‌ ମହାନାୟକ ଡିଏସ୍‌ ହୁଡ୍ଡା

0

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଦଳର ନିର୍ବାଚନୀ ଇସ୍ତହାର ପ୍ରକାଶ ପାଇବା ପରେ ସଶସ୍ତ୍ର ବାହିନୀକୁ ପ୍ରଦାନ କରାଯାଉଥିବା ସ୍ୱତନ୍ତ୍ର କ୍ଷମତା ଆଇନ୍‌(ଏଏଫ୍‌ଏସ୍‌ପିଏ)କୁ ନେଇ ରାଜନୀତି ଜୋର୍‌ ଧରିଛି। ଏହି ଆଇନ୍‌ରେ ପରିବର୍ତ୍ତନ ଅଣାଯିବ ବୋଲି କଂଗ୍ରେସ ନିର୍ବାଚନୀ ଇସ୍ତହାରରେ ଉଲ୍ଲେଖ କରିବା ପରେ ୨୦୧୬ ମସିହା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ମହାନାୟକ ସେନା କମାଣ୍ଡର୍‌ ଲ୍ୟୁଟେନାଣ୍ଟ୍‌ ଜେନେରାଲ୍‌ ଡିଏସ୍‌ ହୁଡ୍ଡା କଂଗ୍ରେସକୁ ନିଜର ସମର୍ଥନ ଦେଇଛନ୍ତି। କମାଣ୍ଡର୍‌ ହୁଡ୍ଡା ଏହି ପ୍ରସଂଗରେ କଂଗ୍ରେସକୁ ସମର୍ଥନ କରି କହିଛନ୍ତି ଯେ ଆଇନ୍‌ ସଶସ୍ତ୍ର ବଳକୁ ବ୍ୟାପକ ଅଧିକାର ଦେଇଥାଏ। ଏହି ଆଇନ୍‌ର ସମୀକ୍ଷା ଉଭୟ ସୈନିକ ଏବଂ ନାଗରିକଙ୍କ ହିତରେ ହେବା ଉଚିତ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସଶସ୍ତ୍ର ବାହିନୀକୁ ପ୍ରଦାନ କରାଯାଉଥିବା ସ୍ୱତନ୍ତ୍ର କ୍ଷମତା ଆଇନ୍‌(ଏଏଫ୍‌ଏସ୍‌ପିଏ)କୁ ନେଇ ୨୦୧୬ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଶୁଣାଣି କରିଥିଲେ। ଏହାର ଶୁଣାଣିରେ କରି ସୁପ୍ରିମ୍‌କୋର୍ଟ କହିଥିଲେ ଯେ ସେନା ନିଜ କ୍ଷମତାର ଅପବ୍ୟବହାର କରିପାରିବ ନାହିଁ। କୌଣସି ଅଶାନ୍ତ ଅଞ୍ଚଳକୁ ବି ଯଦି ନିୟନ୍ତ୍ରଣ କରିବା ଦରକାର ପଡ଼େ ଓ ସେନା ଯବାନ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ତେବେ ବି ତାଙ୍କୁ ଆଇନ୍‌ର ସାମ୍ନା କରିବାକୁ ପଡ଼ିବ। ସୈନିକମାନେ ମନ ଇଚ୍ଛା ନିଜର କ୍ଷମତା ପ୍ରଦର୍ଶନ କରିପାରିବେ ନାହିଁ।

India Today

ହୁଡ୍ଡା ସୁପ୍ରିମକୋର୍ଟଙ୍କର ଏହି ରାୟ ଉପରେ ତାଙ୍କ ମତ ରଖି କହିଛନ୍ତିି ଯେ କୋର୍ଟଙ୍କର ଏପରି ନିର୍ଦ୍ଦେଶ ପରେ ସେନା ଦୁର୍ବଳ ହୋଇଛି। ସେନାର କ୍ଷମତା ହ୍ରାସ ପାଇଛି। ତେଣୁ, ଏହି ଆଇନ୍‌କୁ ବଦଳାଯିବା କିମ୍ବା ବନ୍ଦ କରିଦେବା କଥା ମୁଁ କହୁନାହିଁ। ମାତ୍ର ଏହି ଆଇନ୍‌ର ସମୀକ୍ଷା ହେବା ଉଚିତ।

ଉଲ୍ଲେଖଯେଗ୍ୟେ, ନିକଟରେ କଂଗ୍ରେସର ନିର୍ବାଚନୀ ଇସ୍ତହାର ପ୍ରକାଶ ପାଇଛି। ଏହି ଇସ୍ତହାରରେ ସଶସ୍ତ୍ର ବାହିନୀକୁ ପ୍ରଦାନ କରାଯାଉଥିବା ସ୍ୱତନ୍ତ୍ର କ୍ଷମତା ଆଇନ୍‌(ଏଏଫ୍‌ଏସ୍‌ପିଏ) ବିଷୟରେ ଉଲ୍ଲେଖ କରାଯାଇଛି। କଂଗ୍ରେସ କ୍ଷମତାକୁ ଆସିଲେ ଏଫ୍‌ଏସ୍‌ପିଏର ସମୀକ୍ଷା ହେବ ବୋଲି ଇସ୍ତହାରରେ ପ୍ରକାଶ ପାଇବା ପରେ କମାଣ୍ଡର୍‌ ହୁଡ୍ଡା କଂଗ୍ରେସକୁ ନିଜର ସମର୍ଥନ ଦେଇଛନ୍ତି।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.