୩୦ବର୍ଷ ପରେ ଫୁଟ୍‌ ପାଥ୍‌ରୁ କିଣିଥିବା ମୁଦି ହୀରାଖଚିତ ବୋଲି ଜାଣି ପାରିଲେ ମହିଳା,ମୂଲ୍ୟ ଥିଲା ୬୮କୋଟି ଟଙ୍କା

ନୂଆଦିଲ୍ଲୀ : ୩୦ ବର୍ଷ ପରେ ସାଧାରଣ ବୋଲି ଭାବୁଥିବା ମୁଦିରେ ହୀରା ଖଚିତ ହୋଇଥିବା ଜାଣି ଡେବ୍ରା ଗୋଡ୍ରାଡ୍‌ଙ୍କ ହୋସ ଉଡି ଯାଇଥିଲା । ବିଶ୍ୱାସ କରିବା ପାଇଁ ତାଙ୍କୁ ଗୋଟେ ରାତି ଲାଗିଥିଲା । ୩୦ ବର୍ଷ ବିତିଯିବା ପରେ ସାଧାରଣ ବୋଲି ଭାବୁଥିବା ମୁଦିର ଦାମ୍‌ ୬୮କୋଟି ଟଙ୍କା ଜାଣି ସେ ଖୁସି ହୋଇ ଯାଇଥିଲେ । କାରଣ ଯେଉଁ ସମୟରେ ଏହି ସତ ସାମ୍ନାକୁ ଆସିଥିଲା,ସେ ସମୟରେ ଡେବ୍ରାଙ୍କ ମା’ଙ୍କ ପାଖରେ ରହିବା ପାଇଁ ଘରଟିଏ ମଧ୍ୟ ନ ଥିଲା ।

ସୂଚନା ମୁତାବକ, ଡେବ୍ରାଙ୍କ ମା’ ଠକାମୀର ଶିକାର ହୋଇ ନିଜର ସବୁ କିଛି ହରାଇ ବସିଥିଲେ । ତାଙ୍କୁ ସାହାଯ୍ୟ କରିବା ପାଇଁ ଡେବ୍ରା ନିଜ ପାଖରେ ଥିବା ସବୁ ଅଳଙ୍କାର ନେଇ ଅଳଙ୍କାର ଦୋକାନରେ ପହଞ୍ଚିଥିଲେ । ଅଳଙ୍କାର ମଧ୍ୟରେ ତାଙ୍କର ସେଇ ଫୁଟ୍‌ପାଥ୍‌ରୁ କିଣିଥିବା ମୁଦି ମଧ୍ୟ ଥିଲା । ଯାହାକୁ ପରଖିବା ପରେ ଅଳଙ୍କାର ଦୋକାନୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତୁମେ ଯାହାକୁ ସାଧାରଣ ବୋଲି ଭାବୁଛ,ତାହା ପ୍ରକୃତରେ ହୀରା ଏବଂ ମାର୍କେଟରେ ଏହାର ଦାମ୍‌ ଏବେ ୬୮କୋଟି ଟଙ୍କା। ଏହାପରେ ଡେବ୍ରାଙ୍କ ମା’ଙ୍କ ସବୁ ସମସ୍ୟାର ସମାଧାନ ହୋଇ ଯାଇଥିଲା । ସେହି ମୁଦି ବିକି ସେ ନିଜ ମା’ଙ୍କୁ ନିଜ ଘର ପୁଣି ଫେରାଇ ପାରିଥିଲେ ।

ସମ୍ବନ୍ଧିତ ଖବର