କଣ୍ଢେଇ ବାଘକୁ ନେଇ ବ୍ରିଟିଶ ପୁଲିସ ହଟହଟା, ଘଟଣାଟି ଏହିପରି..

0 743

ଲଣ୍ଡନ: ଏକ କଣ୍ଢେଇ ବାଘକୁ ସତ ବାଘ ବୋଲି ଭାବି ହଟହଟା ହୋଇଛି ବ୍ରିଟିଶ ପୁଲିସ୍‌ । ଘଟଣାଟି ଘଟିଥିଲା ଗତ ୬ ତାରିଖରେ ସ୍କଟଲାଣ୍ଡରେ । ସ୍କଟଲାଣ୍ଡର ଆବେଡେନସାୟାର ଅନ୍ତର୍ଗତ ପିଟରହେଡର ଏକ ଜଙ୍ଗଲିଆ ଅଞ୍ଚଳରୁ ପୁଲିସ ପାଖକୁ ଫୋନ ଆସିଲା ଯେ ଉକ୍ତ ଅଞ୍ଚଳରେ ଏକ ମହାବଳ ବାଘ ବସିଛି । ଛାନିଆ ହୋଇ ଫୋନ କରିଥିଲେ ଜଣେ କୃଷକ, ୨୪ ବର୍ଷୀୟ ବ୍ରୁସ ଗ୍ରୁବ ।

ଖବର ପାଇଁ ପୁଲିସ ନିଜର ଦଳ ବଳ ସହ ଅବିଳମ୍ବେ ଘଟଣା ସ୍ଥଳରେ ପହଞ୍ଚିଲା । ପୁଲିସର ଏହି ଦଳରେ ଥିଲା ୬ଟି କାର୍‌ ଓ ସଶସ୍ତ୍ର ଜଓ୍ଵାନ ଥିବା ଏକ ଭ୍ୟାନ । ପୁଲିସ ବାହିନୀ ତୁରନ୍ତ ଘଟଣା ସ୍ଥଳକୁ ଘେରିଯିବା ସହ ବାଘ ଆଡକୁ ନିଜର ବନ୍ଧୁକ ଲକ୍ଷ୍ୟ କରି ପ୍ରସ୍ତୁତ ହୋଇଗଲେ । ଏହି ଭଳିଭାବେ ପ୍ରାୟ ୪୫ ମିନିଟ୍‌ ବିତିଗଲା । କିନ୍ତୁ ବାରମ୍ବାର ବ୍ଲାଙ୍କ ଫାୟାରିଂ ସତ୍ତ୍ୱେ ବାଘଟି ହଲଚନ ନହେବାରୁ ପୁଲିସର ସନ୍ଦେହ ହେଲା । ତଥାପି ପାଖକୁ ଯିବାକୁ ଭୟ ଲାଗୁଥିଲା । ଶେଷରେ ଜଣେ ପୁଲିସ ସାହସ କରି ଗଛ ପାଖକୁ ଯିବାପରେ ଜଣାପଡ଼ିଥିଲା ଯେ ବାଘଟି ଅସଲି ନୁହେଁ, ଅବିକଳ ବାଘପରି ଲାଗୁଥିବାଏକ କଣ୍ଢେଇ ବାଘ । ଏହା ଜଣାପଡ଼ିବା ପରେ ପୁଲିସ କର୍ମଚାରୀମାନେ ନ ହସି ରହିପାରିନଥିଲେ । ତେବେ ଫୋନ କରିଥିବା ବ୍ୟକ୍ତିଟି ସତରେ ଡରିଯାଇ ଫୋନ କରିଥିଲା ଅଥବା ମିଛରେ ଫୋନ କରିଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.