ବାଲାକୋଟ ଆକ୍ରମଣ ପରେ, ୫୧୩ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ

ଜମ୍ମୁ: ଭାରତର ବାଲାକୋଟ ଆକ୍ରମଣ ପରେ ଏହି ଦେଢ଼ ମାସ ମଧ୍ୟରେ ପାକିସ୍ତାନ ୫୧୩ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ଜଣାପଡିଛି। ଅସ୍ତ୍ରବିରତି ଉଲ୍ଲଙ୍ଘନ ସମୟରେ ଉଭୟପକ୍ଷରୁ ହୋଇଥିବା ଗୁଳିବିନିମୟ ବେଳେ ଭାରତର ମୃତକଙ୍କ ସଂଖ୍ୟା ଠାରୁ ପାକିସ୍ତାନର ସଂଖ୍ୟା ୫-୬ ଗୁଣ ଅଧିକ ହୋଇଥିବା ସେନା ଅଧିକାରୀ ପରମଜିତ ସିଂହ ପ୍ରକାଶ କରିଛନ୍ତି। ସିଂହ ରା଼ଜୌରି ଠାରେ ସୂଚନା ଦେଇ କହିଛନ୍ତି, ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନର ଉଚିତ ଜବାବ ଦିଆଯାଇଛି। ପାକିସ୍ତାନ ସେନାର ଗୁଳି ଏବଂ ତୋପ ମାଡ଼ରେ ଭାରତର ୪ ଜଣ ଯବାନଙ୍କ ସମେତ ୧୦ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟୁନ ୪୫ ଆହତ ହୋଇଛନ୍ତି। ଏଥିରେ ପାକିସ୍ତାନର କେତେ ଜଣ ମୃତ୍ୟୁବରଣ କରିଛନ୍ତି ତାହା ପାକିସ୍ତାନ ସ୍ପଷ୍ଟ ସୂଚନା ଦେଉନଥିଲେ ମଧ୍ୟ ଭାରତର କ୍ଷତି ଠାରୁ ପାକିସ୍ତାନର କ୍ଷତି ୫-୬ ଗୁଣ ଅଧିକ। ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ଲଗାତାର ଭାବେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ଏବଂ ଏହି ଦେଢ଼ ମାସ ମଧ୍ୟରେ ଅତି କାମରେ ୧୦୦ ଥର ବିପୁଳ ଗୋଳାବାରୁଦ ବ୍ୟବହାର କରିଛି।

ସମ୍ବନ୍ଧିତ ଖବର