ବିଜେପିର ଦୁଇ ବିଧାୟକ ଉପବାସ ସମୟରେ ଖାଉଥିବା ଧରାପଡିଲେ, ଭିଡିଓ ଭାଇରାଲ

ପୁନେ: କିଛି ଦିନ ତଳେ ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ପକ୍ଷରୁ ଏକ ଦିନ ଉପବାସ ପାଳନ କରାଯାଇଥିଲା । ଦେଶରେ ଦଳିତଙ୍କ ଉପରେ ହେଉ ଥିବା ଅତ୍ୟାଚାର ବିରୋଧରେ କରାଯାଉଥିବା ଏହି ଉପବାସ ପୂର୍ବରୁ ଦଳର କେତେକ ନେତା ଦିଲ୍ଲୀର ଏକ ରେସ୍ତୋରାଁରେ ଛୋଲେ ଭତୁରେ ଖାଉଥିବା ଜଣାପଡିବା ପରେ କଂଗ୍ରେସ ଦଳ ବେଶ ହଟହଟା ହୋଇଥିଲା । ବିଜେପି ପକ୍ଷରୁ ମଧ୍ୟ କଂଗ୍ରେସକୁ ଅନେକ ସମାଲୋଚନା କରାଯାଇଥିଲା । ଏବେ ବିଜେପିର କେତେକ ନେତା ମଧ୍ୟ ସମାନ ବିବାଦରେ ଫସିଛନ୍ତି ।

ସଂସଦରେ ଅଚଳାବସ୍ଥାକୁ ବିରୋଧ କରି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦିନିକିଆ ଉପବାସ ରଖିଥିଲେ । ଏହା ସହିତ ବିଭିନ୍ନ ରାଜ୍ୟରେ ଦଳର ନେତାମାନେ ଉପବାସ ରଖିଥଲେ । କିନ୍ତୁ ମହାରାଷ୍ଟ୍ରର ଦୁଇଜଣ ବିଜେପି ବିଧାୟକ ଉପବାସ ପୂର୍ବରୁ ପୁନେର ଜଙ୍ଗଲି ମହାରାଜ ରୋଡରେ ଆୟୋଜିତ ଉପବାସ ସ୍ଥଳରେ କିଛି ଚିପ୍ସ ଓ କାଜୁ ଖାଉଥିବା ଦେଖାଯାଇଥିଲା । ଏ ନେଇ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଦୁଇଜଣ ବିଧାୟକ ହେଲେ ଖଡ଼କଓ୍ଵାସଲା ବିଧାୟକ ଭୀମରାଓ ତାପକିର ଓ ମାଓ୍ଵଲର ବିଧାୟକ ସଂଜୟ ଭେଗଡେ ।

ଏହାକୁ ସ୍ୱୀକାର କରି ବିଧାୟକ ତାପକିର କହିଛନ୍ତି ଯେ ସେ ସକାଳୁ କିଛି ଖାଇନ ଥଲେ । ଉପବାସ ଚାଲିଥିବାବେଳେ ମାତ୍ର କେତୋଟି ଚିପ୍ସ ହିଁ ଖାଇଥିଲେ । ଉପବାସ ଶେଷ ହେବା ପରେ ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ କିଛି ଖାଇନଥିଲେ ।

ସମ୍ବନ୍ଧିତ ଖବର