୧୧ ତାରିଖ ଭୋଟ ଗଣତି ପରେ କଂଗ୍ରେସର ୪୪ ପ୍ରାର୍ଥୀଙ୍କ ଟିକଟ ଘୋଷଣା

ନୂଆଦିଲ୍ଲୀ: ବର୍ତମାନ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଏଆଇସିସି ବ୍ୟସ୍ତ। ଏହି କାରଣରୁ ଓଡ଼ିଶା ପାଇଁ ଆଗୁଆ ଟିକଟ ଘୋଷଣା ହୋଇପାରିନାହିଁ। ଆସନ୍ତା ୧୧ ତାରିଖ ଭୋଟ ଗଣତି ସରିବା ପରେ ଏଆଇସିସି ରାଜ୍ୟ କଂଗ୍ରେସ ସୁପାରିସ କରିଥିବା ପ୍ରାର୍ଥୀମାନଙ୍କ ଉପରେ ନିଷ୍ପତ୍ତି ନେବ। ଆଜି ଦିଲ୍ଲୀରେ ଓଡ଼ିଶାରେ କଂଗ୍ରେସର ଆଗୁଆ ଟିକଟ ଘୋଷଣା‌ରେ ହେଉଥିବା ବିଳମ୍ବ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଓଡ଼ିଶା ପ୍ର‌ଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଥିଲେ। ସେ କହିଲେ ଯେ ପିସିସି ୪୪ ଜଣଙ୍କ ନାମ ସୁପାରିସ କରି ଏଆଇସିସିକୁ ପଠାଇଛି। ଖୁବ୍‌ଶୀଘ୍ର ‌ଏ ନେଇ ଏଆଇସିସି ନିଷ୍ପତ୍ତି ନେ‌ବ। ଆଗାମୀ ସାଧାରଣ ନିର୍ବାଚନକୁ ନେଇ କଂଗ୍ରେସ ପୂରା ପ୍ରସ୍ତୁତ। ଏଥିପାଇଁ ପ୍ରତ୍ୟେକ ଦିନ ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଉଛି। ପ୍ରତି ଜିଲ୍ଲାକୁ ପିସିସି କର୍ମକର୍ତମାନେ ଗସ୍ତ କରୁଛନ୍ତି। ଇତିି ମଧ୍ୟରେ ପ୍ରାୟ ୧୪ଟି ଜିଲ୍ଲା ଗସ୍ତ ସରିଲାଣି। ଅବଶିଷ୍ଟ ଜିଲ୍ଲା ପରିକ୍ରମା ପାଇଁ ଆଉ ଦୁଇ ମାସ ସମୟ ଲାଗିବ। ଦଳୀୟ କର୍ମକର୍ତମାନେ କାର୍ଯ୍ୟକ୍ରମରେ ଭାଗନେବା ସହ ନିର୍ବାଚନୀ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ବୋଲି ନିରଂଜନ କହିଥିଲେ।

ସମ୍ବନ୍ଧିତ ଖବର