କର୍ମଚାରୀଙ୍କ ଆନ୍ଦୋଳନ ପରେ କାର୍ଯ୍ୟସ୍ଥଳରେ ଯୌନ ଶୋଷଣକୁ ରୋକିବା ପାଇଁ ଏଭଳି ପଦକ୍ଷପ ନେଲା ଗୁଗଲ୍‌

ନୂଆଦିଲ୍ଲୀ : କାର୍ଯ୍ୟସ୍ଥଳରେ ମହିଳାମାନଙ୍କ ଉପରେ ହେଉଥିବା ଯୌନ ଶୋଷଣକୁ ରୋକିବା ପାଇଁ ଗୁଗଲ୍‌ର କର୍ମଚାରୀ ଆନ୍ଦୋଳନ କରିବା ଆରମ୍ଭ କରିଥିଲେ । ଏହି ଅପରାଧ ରୋକିବା ପାଇଁ କଡ଼ା ନିୟମ କରିବା ପାଇଁ କର୍ମଚାରୀମାନେ ଆନ୍ଦୋଳନ କରିବା ସହ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କିଛି କର୍ମଚାରୀ ଚାକିରି ମଧ୍ୟ ଛାଡ଼ିଥିଲେ । କିଛି ଦିନ ଧରି ଲାଗି ରହିଥିବା ଏହି ଆନ୍ଦୋଳନକୁ ରୋକିବା ପାଇଁ ଏବେ ଗୁଗଲ୍‌ର ସିଇଓ ସୁନ୍ଦର ପିଚାଇ କିଛି ପଦକ୍ଷପ ନେଇଥିବା ଜଣାପଡ଼ିଛି । କେତେକ ନିୟମରେ ପରିବର୍ତ୍ତନ ଆଣିବା ସହ କିଛି ନୂଆ ନିୟମ ତିଆରି କରିଛନ୍ତି ।

ସୂଚନା ମୁତାବକ, କାର୍ଯ୍ୟସ୍ଥଳରେ ଯୌନ ଶୋଷଣର ଅଭିଯୋଗ ଆସିବା ପରେ କମ୍ପାନୀ ତରଫରୁ ସେଭଳି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଯାହାର ପ୍ରତିବାଦରେ ୧୫୦୦କର୍ମଚାରୀ ପଦଯାତ୍ରା କରିଥିଲେ । ପ୍ରାୟ ୬୦ପ୍ରତିଶତ ଗୁଗଲ୍‌ ଅଫିସର କର୍ମଚାରୀମାନେ ଏହି ପଦଯାତ୍ରା କରିଥିଲେ । କର୍ମଚାରୀଙ୍କ ପ୍ରତିବାଦ ବଢ଼ୁଥିବା ଦେଖି ସୁନ୍ଦର ପିଚାଇ ପୂର୍ବରୁ ଥିବା ପଲିସିରେ ପରିବର୍ତ୍ତନ ଆଣିଥିଲେ ।

The Financial Express

୧.ଯୌନ ଶୋଷଣ ଏବଂ ଭେଦଭାବ ମାମଲାରେ କୌଣସି ମଧ୍ୟସ୍ତିଙ୍କୁ ରଖାଯିବ ନାହିଁ ।
୨.ସୁଯୋଗ ଏବଂ ବେତନରେ ଥିବା ଅସମାନତାର ଅନ୍ତ ହେବ ।
୩.ସୁରକ୍ଷିତ ଭାବରେ ଯୌନ ଶୋଷଣ ବିଷୟରେ ରିପୋର୍ଟ କରିବା ପାଇଁ ସ୍ପଷ୍ଟ ପ୍ରକ୍ରିୟା ଆରମ୍ଭ କରିବା ।
୪.ସିଇଓଙ୍କୁ ସିଧା ଜବାବ ଦେବା ପାଇଁ ମୁଖ୍ୟ ବିବିଧତା ଅଧିକାରୀଙ୍କୁ ବଢ଼ାଇବା ସହ ସିଧା ନିର୍ଦ୍ଦେଶକ ମଣ୍ଡଳିଙ୍କୁ ସୁପାରିସ କରିବାର ସୁବିଧା କରିବା ।

ସମ୍ବନ୍ଧିତ ଖବର