ସ୍ୱାଧୀନତାର ୭୧ବର୍ଷ ପରେ ଏହି ଗ୍ରାମକୁ ପ୍ରଥମଥର ପହଞ୍ଚିଲା ବିଜୁଳି

ବଲରାମପୁର: ସ୍ୱାଧୀନତାର ୭୧ବର୍ଷ ପରେ ଛତିଶଗଡ଼ର ବଳରାମପୁର ଜିଲ୍ଲାର ଜୋକାପାଥ ଗ୍ରାମରେ ପ୍ରଥମଥର ବିଜୁଳି ପହଞ୍ଚିଛି। ପ୍ରଥମଥର ପାଇଁ ଗ୍ରାମରେ ବିଜୁଳି ଦେଖି ଜୋକାପାଥ ଗ୍ରାମବସୀଙ୍କ ଖୁସିରେ ଝୁମି ଉଠିଛନ୍ତି। ପିଲାଙ୍କୁ ପାଠପଢ଼ାଇ ବଡ ମଣିଷ କରିବାର ବି ସ୍ୱପ୍ନ ଦେଖି ସାରିଲେଣି।

ଗ୍ରାମର ସରପଞ୍ଚଙ୍କ କହିବାନୁସାରେ, ଆମ ଗ୍ରାମରେ କୌଣସି ପ୍ରକାର ବିଜୁଳି ନଥିଲା। ଟିକିଏ ଆଲୋକ ପାଇଁ ଆମକୁ ବିଭିନ୍ନ ପ୍ରକାର ପଦ୍ଧତି ଆପଣାଇବାକୁ ପଡ଼ୁଥିଲା। ଯଦ୍ୱାରା କାମ କରିବାରେ ବହୁତ ଅସୁବିଧା ହେଉଥିଲା ହେବା ସହିତ ପିଲାମାନେ ରାତି ହେଲେ ପାଠ ବି ପଢ଼ି ପାରୁ ନଥିଲେ। ଆଜି ପ୍ରଥମଥର ଗ୍ରାମକୁ ବିଜୁଳି ଆସିଛି, ଯାହାକୁ ଦେଖି ଆମେ ବହୁତ ଖୁସି ଅଛୁ। ଯାହା ହେଉ ସ୍ୱାଧୀନତାର ଏତେ ବର୍ଷ ପରେ ଗ୍ରାମକୁ ବିଜୁଳି ଆସିଛି। ବର୍ତ୍ତମାନ ଆମ ପିଲାବି ଆଲୁଅରେ ପାଠ ପଢ଼ି ଆଗକୁ ବଢ଼ି ପାରିବେ।

ଜନପଦର ସିଇଓ ଏମଏମ ମରକମଙ୍କ କହିବାନୁସାରେ, ଗ୍ରାମର ଚର୍ତୁଃପାର୍ଶ୍ୱ ପାହାଡ ରହିଛି। ଫଳରେ ଗ୍ରାମକୁ ବିଜୁଳି ପହଞ୍ଚି ପାରି ନଥିଲା। ଖୁସିର କଥା ଜୋକାପାଥ ଗ୍ରାମବାସୀଙ୍କୁ ଆଉ ବିଜୁଳି ପାଇଁ ହନ୍ତସନ୍ତ ହେବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର