ପାକିସ୍ତାନକୁ ଚୀନ ବିକିବ ୪୮ଟି ଡ୍ରୋନ୍‌

ନୂଆଦିଲ୍ଲୀ: ରୁଷ ତାର ମିତ୍ର ଦେଶ ଭାରତକୁ ଏସ-୪୦୦ ମିସାଇଲ ଡିପେନ୍ସ ସିଷ୍ଟମ ବିକ୍ରି କରିବ ବୋଲିି ଗତ ସପ୍ତାହରେ ଚୁକ୍ତି କରିବା ପରେ ଏବେ ଚୀନ ପାକିସ୍ତାନକୁ ସାମରିକ ସହାୟତାର ହାତ ବଢ଼ାଇଛି। ଚୀନ ଠାରୁ ବିଭିନ୍ନ ଭାବେ ଋଣ ନେଇ ଚୀନର ଆର୍ଥିକ ଚାପ ତଳେ ଦବି ହୋଇ ରହିଥିବା ପାକିସ୍ତାନକୁ ଚୀନ ପୁଣି ୪୮ଟି ହାଇ ଏଣ୍ଡ ମିଲିଟାରି ଡ୍ରୋନ୍‌ ଯୋଗାଇବ ବୋଲି ଘୋଷଣା କରିଛି। ଯଦିଓ ଏହି ଡ୍ରୋନ୍‌ର ମୂଲ୍ୟ କେତେ ତାହା ସରକାରୀ ଭାବେ ଘୋଷଣା କରାଯାଇ ନାହିଁ, ତଥାପି ଚୀନର ସରକାରୀ ଗଣମାଧ୍ୟମ ଏହି ଡ୍ରୋନ୍‌ ବିକ୍ରି ନେଇ ରିପୋର୍ଟ ପ୍ରକାଶ କରିଛି। ଏହା ଫଳରେ ପାକିସ୍ତାନ ପୁଣି ଚୀପନର ଋଣଭାରରେ ବୁଡ଼ିଯିବ।
ଓ୍ଵିଙ୍ଗ ଲୁୁଙ୍ଗ -୨ ନାମକ ଏହି ମାନବବିହୀନ ଅତ୍ୟାଧୁନିକ ଡ୍ରୋନ ଚୀନ୍‌ର ଚେଙ୍ଗଡୁ ଏୟାରକ୍ରାଫ୍ଟ ଇଣ୍ଡଷ୍ଟିଆଲ କମ୍ପାନି ନିର୍ମାଣ କରୁଛି।ଏଥିରେ ଚୀନ ସରକାରଙ୍କର ମଧ୍ୟ ଅଂଶ ରହିଛି। ସୂଚନାଯୋଗ୍ୟ ଯେ ଚୀନ ହେଉଛି ପାକିସ୍ତାନୀ ସେନାକୁ ଅସ୍ତ୍ରଶସ୍ତ୍ର ଯୋଗାଉ ଥିବା ସବୁଠାରୁ ବଡ଼ ଦେଶ। ଉଭୟ ଚୀନ ଓ ପାକିସ୍ତାନ ମିଳିତ ଭାବେ ସିଙ୍ଗଲ ଇଞ୍ଜିନ ମଲ୍ଟି ରୋଲ କମ୍ବାଟ ଏୟାରକ୍ରାଫ୍ଟ ( ସିଙ୍ଗଲ ଇଞ୍ଜିନ ଳଢ଼ୁଆ ବିମାନ) ନିର୍ମାଣ କରୁଛନ୍ତି। ତେବେ ଭାରତକୁ ରୁଷ ଏସ ୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ୍‌ ବିକ୍ରି କରିବ ବୋଲି ଚୁକ୍ତି କରିବାର ସପ୍ତାହ ନ ପୁରୁଣୁ ଚୀନ ପାକିସ୍ତାନକୁ ଏହି ୪୮ଟି ଡ୍ରୋନ ବିକ୍ରି କରିବ ବୋଳି ଘୋଷଣା କରି ଭାରତୀୟ ଉପମହାଦେଶରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ବଢ଼ାଇବାକୁ ଚେଷ୍ଟା କରୁଛି।

ସମ୍ବନ୍ଧିତ ଖବର