କିକି ଚ୍ୟାଲେଞ୍ଜ ପରେ ଏବେ ସୋସିଆଲ ମିଡ଼ିଆରେ ଛାଇଲା ଡ୍ରାଗନ ବ୍ରେଥ୍‌ ଚ୍ୟାଲେଞ୍ଜ, ଜୀବନ ପ୍ରତି ରହିଛି ବିପଦ

ନୂଆଦିଲ୍ଲୀ: ଆଜିକାଲିର ଇଣ୍ଟରନେଟ ଦୁନିଆରେ ପ୍ରତିଦିନ କିଛି ନା କିଛି ଚ୍ୟାଲେଞ୍ଜ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟୁଛି । ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକମାନେ ପରସ୍ପରକୁ ଖୁବ୍‌ ସହଜରେ ଚ୍ୟାଲେଞ୍ଜ ଦେଉଥିବା ବେଳେ ଏହି ଚ୍ୟାଲେଞ୍ଜକୁ ପୂରା କରିବା ପାଇଁ ଲୋକମାନେ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇ ଯାଉଛନ୍ତି । ପୂର୍ବରୁ କିକି ଚ୍ୟାଲେଞ୍ଜକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ ଦେଖା ଯାଇଥିବା ବେଳେ ଅନେକ ଚେତାବନୀ ଦିଆଯିବା ସତ୍ତ୍ୱେ ଲୋକମାନେ ଏହାକୁ କରିବାକୁ ପଛାଉ ନଥିଲେ । ଦେଶରେ କିିକି ଚ୍ୟାଲେଞ୍ଜକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଆଉ ଏକ ଚ୍ୟାଲେଞ୍ଜ ଚର୍ଚ୍ଚାର ବିଷୟ ପାଲଟିଛି । କିକି ଚ୍ୟାଲେଞ୍ଜ ପରେ ଡ଼୍ରାଗନ ବ୍ରେଥ୍‌ ଚ୍ୟାଲେଞ୍ଜକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

rochakpost.com

ସୂଚନା ମୁତାବକ, ଏହି ଚ୍ୟାଲେଞ୍ଜରେ କିକି ଚ୍ୟାଲେଞ୍ଜ ଭଳି ଚଳନ୍ତା ଗାଡ଼ିରୁ ବାହାରି ନାଚିବାକୁ କୁହାଯାଉ ନାହିଁ । ଏହି ଚ୍ୟାଲେଞ୍ଜରେ ଲୋକମାନଙ୍କୁ ଏକ ପ୍ରକାରର କ୍ୟାଣ୍ଡି (ଚକୋଲେଟ୍‌)ଖାଇବା ପାଇଁ କୁହାଯାଉଛି । ଯାହାକୁ ଖାଇବା ପରେ ପାଟିରୁ ଧୂଆଁ ବାହାରିବାକୁ ଲାଗୁଛି । ବାହାରୁଥିବା ଧୂଆଁ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ଜଣା ପଡ଼ିଛି । ଏହି କ୍ୟାଣ୍ଡିକୁ ତରଳ ନାଇଟ୍ରୋଜେନରେ ବୁଡ଼ା ଯାଇ ଖାଇବାକୁ ଦିଆ ଯାଇଥାଏ । ଯାହା ପରେ ପାଟିରୁ ଧୂଆଁ ବାହାରିଥାଏ । ଏହି ଚ୍ୟାଲେଞ୍ଜ ଶରୀର ପାଇଁ ହାନିକାରକ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର