ଲଣ୍ଡନ: ପ୍ରାୟ ୬୦ ବର୍ଷ ପରେ ଗୋଟାଏ ଭରତୀୟ ଯାଦୁଘରୁ ଚୋରି ହୋଇଥିବା ବୁଦ୍ଧଙ୍କର ଏକ ପ୍ରାଚୀନ କାଂସ୍ୟ ପ୍ରତିମା ଦେଶକୁ ଫେରିବ ବୋଲି ବୁଧବାର ଦିନ ଖବର ମିଳିଛି। ଲଣ୍ଡନ ଠାରେ ଏକ ପ୍ରାଚୀନ ସାମଗ୍ରୀ ମେଳାରେ ଏହି ମୂର୍ତ୍ତିଟିକୁ ଠାବ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୧୯୬୧ ମସିହାରେ ନାଳନ୍ଦାସ୍ଥିତ ପ୍ରତ୍ନତାତ୍ତ୍ୱିକ ଯାଦୁଘରୁ ଚୋରି ହୋଇଥିବା୧୨ ଶତାବ୍ଦୀର ୧୪ଟି ପ୍ରତିମା ମଧ୍ୟରୁ ଗୋଟାଏ।
ମାର୍ଚ ମାସରେ ଏହି କାଂସ୍ୟ ଭାସ୍କର୍ଯ୍ୟଟିକୁ ଏକ ବାଣିଜ୍ୟ ମେଳାରେ ଠାବ କରାଯାଇଥିଲା। ଏହାର ମାଲିକ ଜଣେ ଡିଲର୍ଙ୍କ ହାତରେ ପ୍ରତିମାଟିକୁ ମେଳାକୁ ପଠାଇଥିଲେ।
ଉଭୟ ମାଲିକ ଓ ଡିଲର୍ ଏହାର ଇତିହାସ ସମ୍ପର୍କରେ ଅଜ୍ଞାତ ଥିଲେ।
ସେ ଯାହାହେଉ, ଉଭୟ କାଂସ୍ୟ ପ୍ରତିମାଟିକୁ ଭାରତକୁ ଫେରାଇ ଦେବାକୁ ରାଜି ହୋଇଛନ୍ତି।
‘ଆସୋସିଏସନ୍ ଫର୍ ରିସର୍ଚ ଇନ୍ଟୁ କ୍ରାଇମ୍ସ୍ ଏଗେନ୍ଷ୍ଟ୍ ଆର୍ଟ’ ଓ ‘ଇଣ୍ଡିଆ ପ୍ରାଇଡ୍ ପ୍ରୋଜେକ୍ଟ୍’ର କର୍ମଚାରୀମାନେ ମୂର୍ତ୍ତିଟିକୁ ଚିହ୍ନଟ କରିଥିଲେ।
ଭାରତୀୟ ସ୍ୱାଧୀନତା ଦିବସ ଅବକାଶରେ ବୁଧବାର ଦିନ ହାଇକମିସନର୍ ଓ୍ଵାଇକେ ସିହ୍ନାଙ୍କୁ ଏହି ମୂର୍ତ୍ତି ହସ୍ତାନ୍ତର କରାଯିବ।