ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ତିତ୍ଲି ଓଡ଼ିଶାରେ ସେପରି କୌଣସି ପ୍ରକାରର ବିଶେଷ କ୍ଷୟକ୍ଷତି କରି ନଥିଲେ ସୁଦ୍ଧା ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ତାଣ୍ଡବ ରଚିଛି। ତିତଲି ପ୍ରଭାବରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଓ ବିଜୟନଗରମ୍ ଜିଲ୍ଲାରେ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି। ଏମାନଙ୍କ ମଧ୍ୟରୁ ଶ୍ରୀକାକୁଲମ୍ ଜିଲ୍ଲାରେ ୨ ଜଣ ପ୍ରାଣ ହରାଇଥିବା ବେଳେ ବିଜୟନଗରମ୍ ଜିଲ୍ଲାରେ ୬ ଜଣ ପ୍ରାଣ ହରାଇଛନ୍ତି ବୋଲି ଆନ୍ଧ୍ରପ୍ରଦେଶ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ତିତଲି ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ୨୬ ସେମିର ବର୍ଷା ରେକର୍ଡ କରା ଯାଇଥିବା ବେଳେ ରାଜ୍ୟର ସମସ୍ତ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଅନ୍ୟପକ୍ଷରେ ତିତ୍ଲି ପ୍ରଭାବରେ ରାଜ୍ୟରେ ବୋହିଥିବା ପ୍ରବଳ ଝଡ଼ ପବନ ଫଳରେ ଶହ ଶହ ଗଛ, ବିଦ୍ୟୁତ ଓ ଟେଲିଫୋନ୍ ଖୁଣ୍ଟି ଉପୁଡ଼ି ରାସ୍ତା ଉପରେ ପଡ଼ି ରହିଥିବାରୁ ସଡ଼କରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି ବୋଲି ଆନ୍ଧ୍ରପ୍ରଦେଶ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରି ଫେରିବା ପରେ ଗଣମାଧ୍ୟମକୁ କହିଛନ୍ତି ସଡ଼କ ପରିବହନ ମନ୍ତ୍ରୀ କେ ଅଚ୍ୟୁତାନନ୍ଦ।
ଆନ୍ଧ୍ରରେ ତାଣ୍ଡବ ରଚିଲା ତିତଲି, ୮ ମୃତ
/sambad/media/post_attachments/wp-content/uploads/2018/10/cyclone_titli.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)