ମୁମ୍ବାଇ: ମରାଠା ଆରକ୍ଷଣକୁ ନେଇ ଚାଲିଥିବା ବିବାଦରେ ବିକ୍ଷୋଭ ପ୍ରଦର୍ଶନ କରି ମରାଠା କ୍ରାନ୍ତି ସମାଜ ବୁଧବାର ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଥିଲା। ମାତ୍ର ଏହି ଶାନ୍ତିପୂର୍ଣ୍ଣ ଆନ୍ଦେଳାନ ଉଗ୍ର ରୂପ ନେବାରୁ ମରାଠା କ୍ରାନ୍ତି ସମାଜ ଏହି ବନ୍ଦ ଡାକରାରୁ ଓହରି ଯାଇଛନ୍ତି। ଏପରି ନିର୍ଣ୍ଣୟ ନେବା ପଛରେ କୌଣସି ବରାଟ କାରଣ ସେମାନେ ଦେଖାଇ ନାହାନ୍ତି। ଏହା ଏକ ଶାନ୍ତପୂର୍ଣ୍ଣ ଆନ୍ଦୋଳନ ବୋଲି ପୂର୍ବରୁ ସୂଚନା ରହିଥିଲେ ବି ଆନ୍ଦୋଳନ ଅଚାନକ ଉଗ୍ର ରୂପ ନେଇଥିଲ। ଆନ୍ଦୋଳନକାରୀମାନେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଆକ୍ରମଣ କରିବା ଫଳରେ ପୁଲିସ୍ଠାରୁ ଲାଠି ପ୍ରହାର ବି ଖାଇଛନ୍ତି। ଆନ୍ଦେଳନ ହାତରୁ ବାହାରକୁ ନଯିବା ପାଇଁ ମୁମ୍ବାଇ, ଥାନେ, ନବି ମୁମ୍ବାଇ, ପାଲଗର ଆଦି ଅଞ୍ଚଳରେ ପ୍ରାୟ ୩୦,୦୦୦ ସୁରକ୍ଷା କର୍ମୀଙ୍କୁ ନିୟୋତିଜ କରାଯାଇଛି।
/sambad/media/post_attachments/wp-content/uploads/2018/07/download-65.jpg)
ଏହି ଅନ୍ଦୋଳନ ହେତୁ ଏକ ବସ୍ ଜଳିଯିବା ସହ ଆହୁରି ଅନେକ କ୍ଷୟ କ୍ଷତି ହୋଇଛି। ଆନ୍ଦୋଳନକୁ ଆୟତ୍ତରେ ରଖିବା ପାଇଁ ପୁଲିସ୍ ଲାଠି ଚାର୍ଜ ସହ ଶୂନ୍ୟରେ ଗୋଳିଚାଳନା କରିଥିବା ମଧ୍ୟ ଜାଣିବାକୁ ମିଳିଛି। ଏପରି ଭିଡ଼ ହିଂସାରେ ପ୍ରାୟ ୫ ଜଣ ଲୋକେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି।
ଉଲ୍ଳେଖଯୋଗ୍ୟ, ମରାଠା ଆରକ୍ଷଣକୁ ନେଇ ଚାଲିଥିବା ବିବାଦରେ ବିକ୍ଷୋଭ ପ୍ରଦର୍ଶନ କରି ମରାଠା କ୍ରାନ୍ତି ସମାଜ ବୁଧବାର ଥାନେ, ନବି ମୁମ୍ବାଇ, ରାୟଗଡ଼, ଆଦିରେ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଥିଲା। ଏହି ବନ୍ଦରେ ସ୍କୁଲ୍, କଲେଜ ସାମିଲ୍ ହେବ ନାହିଁ ବୋଲି ସୂଚନା ରହିଥିଲା।
ଏ ସଂପର୍କରେ ମଙ୍ଗଳବାର ମରାଠା କ୍ରାନ୍ତି ସମାଜ ପକ୍ଷରୁ କୁହାଯାଇଛି ଯେ ‘ଏହି ବନ୍ଦ ଡାକରାରେ ସ୍କୁଲ୍ ଓ କଲେଜ୍ ସାମିଲ୍ ହେବ ନାହିଁ। କାହିଁକି ନାଁ, ଆମେ କାହାକୁ ହଇରାଣ କରିବାକୁ ଚାହୁଁନାହୁଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/33a66fb6-8fd1-11e8-950a-c127747267f3.jpeg)