ପୁଣି ଚୀନ୍‌ର ଓକିଲାତି:ପାକ୍‌କୁ ଆମେରିକା ଏପରି ଆଙ୍ଗୁଠି ନଦେଖାଉ

ବେଜିଂ: ପୁଣିଥରେ ବନ୍ଧୁ ପାକିସ୍ତାନ ସପକ୍ଷରେ ପାହାରି ଆମେରିକାକୁ ଚୀନ୍‌ ଚେତାବନୀ ଦେଇଛି। ଆଜି ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ଏକ ବିବୃତିରେ କୁହାଯାଇଛି ଯେ,ଆତଙ୍କବାଦ ବିରୋଧରେ ଚୀନ୍‌ ସବୁବେଳେ ସଂଗ୍ରାମ ଜାରି ରଖିଛି,କିନ୍ତୁ ଆମେରିକା ଏଥିପାଇଁ କେବଳ ଗୋଟିଏ ଦେଶ ପାକିସ୍ତାନ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଠିକ୍‌ ନୁହେଁ। ଆତଙ୍କବାଦୀ ସଂଗଠନ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନର ଦାୟୀତ୍ୱ କୌଣସି ଗୋଟିଏ ସ୍ୱତନ୍ତ୍ର ଦେଶ ଉପରେ ନ୍ୟସ୍ଥ କରାଯାଇପାରିବ ନାହିଁ ବୋଲି ଚୀନ୍‌ କହିଛି। ପାକିସ୍ତାନର ସପକ୍ଷରେ ଯାଇ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଲୁ କାଙ୍ଗ କହିଛନ୍ତି ଯେ,ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ବୋଲି ଆମେରିକା ଦେଇଥିବା ବୟାନ୍‌ ସମ୍ପୂର୍ଣ୍ଣ ଭୁଲ। କାରଣ ବିଶ୍ୱର ଆତଙ୍କବାଦ ବିରୋଧୀ ସଂଗ୍ରାମରେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।

ଆତଙ୍କବାଦକୁ ଲୋପ କରିବାକୁ ହେଲେ ସବୁଦେଶଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଜୁରୁରୀ କିନ୍ତୁ ଆମେରିକା ଭଳି କୌଣସି ଗୋଟିଏ ଦେଶକୁ ସବୁବେଳେ ଏହି ପ୍ରସଙ୍ଗରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ଏହି ଅଭିଯାନ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଲୁ କାଙ୍ଗ କହିଛନ୍ତି। ନବବର୍ଷରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଟ୍ଵିଟ କରି ପାକିସ୍ତାନକୁ ମିଛୁଆ ଓ ଧୋକାବାଜ୍‌ କହିବା ସହ ୧୫ ବର୍ଷରେ ଦିଆଯାଇଥିବା ଆର୍ଥିକ ସହାୟତାକୁ ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପରେ ବିନିଯୋଗ କରିଛି ବୋଲି ଅଭିଯୋଗ କରିଥିଲେ। ଟ୍ରମ୍ପଙ୍କ ଏହି ବିବୃତି ଚୀନ୍‌କୁ ଅତ୍ୟନ୍ତ କଷ୍ଟ ଦେଇଥିବା ଚର୍ଚ୍ଚା ହେଉଛି। ଏହା ସହିତ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ଖୋଲାଖୋଲି ଭାବେ କହିଛି ଯେ,ଆମେରିକା ପାକିସ୍ତାନ ଉପରେ ଏଭଳି ମିଛ ଅଙ୍କୁଶ ଏଗାଇବା କାରଣରୁ ସେ ଚୀନ୍‌ ସହ ବନ୍ଧୁତାକୁ ଅଧିକ ସୁଦୃଢ କରିବାକୁ ଆଗେଇଛି।

ସମ୍ବନ୍ଧିତ ଖବର