ପୁଣି ଫେରିଲା ‘ଆୱାର୍ଡ ୱାପ୍‌ସି’, ମଣିପୁରୀ ଚଳଚ୍ଚିତ୍ର ନିର୍ମାତା ଫେରାଇଲେ ‘ପଦ୍ମଶ୍ରୀ’

ଇମ୍ଫାଲ: ପୁରସ୍କାର ଫେରାଇବା ଅଭିଯାନ ଏବେ ପୁଣି ଫେରିଛି। ତେବେ ଏଥର ‘ଅସହିଷ୍ଣୁତା’ ପ୍ରସଙ୍ଗରେ ନୁହେଁ, ନାଗରିକ ସଂଶୋଧନ ବିଲ୍‌କୁ ବିରୋଧ କରି ଏହି ଅଭଯାନ ଆରମ୍ଭ ହୋଇଛି। ଖ୍ୟତନାମା ଚଳଚ୍ଚିତ୍ର ନିର୍ମାତା ଅରିବାମ ଶ୍ୟାମ ଶର୍ମା ନାଗରିକ ସଂଶୋଧନ ବିଲ୍‌ ୨୦୧୬କୁ ବିରୋଧ କରି ଆଜି ତାଙ୍କର ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଘୋଷଣା କରିଛନ୍ତି। ମଣିପୁରୀ ଫିଲ୍ମ ନିର୍ମାତା ଅରିବାମଙ୍କୁ ୨୦୦୬ରେ ପଦ୍ମଶ୍ରୀ ମିଳିଥିଲା। ପୁରସ୍କାର ଫେରାଇବା ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଥିବାରୁ ଏହା ଆଗକୁ ବଢ଼ିବ ବୋଲି କୁହାଯାଉଛି। ୩୦ ଅଗଷ୍ଟ ୨୦୧୫ରେ କର୍ଣ୍ଣାଟକରେ କନ୍ନଡ଼ ଲେଖକ ଏମ୍‌.ଏମ୍‌. କଲବୁର୍ଗୀଙ୍କ ହତ୍ୟା ମାମଲା ଏବଂ ଦାଦ୍ରିରେ ଗୋହତ୍ୟାକୁ କେନ୍ଦ୍ର କରି ହତ୍ୟା ମାମଲା ପରେ ପୁରସ୍କାର ଫେରାଇବା ଧାରା ଆରମ୍ଭ ହୋଇଥିଲା ଏବଂ ୪୦ରୁ ଅଧିକାର କଳାକାର, ଲେଖକ ସେମାନଙ୍କ ପୁରସ୍କାର ଫେରାଇ ଦେଇଥିଲେ।

ସମ୍ବନ୍ଧିତ ଖବର