କଶ୍ମୀରରେ ପୁଣି ଜଣେ ଯବାନଙ୍କୁ ଅପହରଣ

ଶ୍ରୀନଗର: କଶ୍ମୀରରେ ପୁଣି ଜଣେ ଯବାନଙ୍କୁ ଅପହରଣ କରାଯାଇଛି। ଜମ୍ମୁ କଶ୍ମୀର ପୁଲ୍‌ଓ୍ଵାମା ଜିଲ୍ଲାର ତ୍ରାଲ୍‌ ସ୍ଥିତ ଏସ୍‌ପିଓ (ସ୍ପେସାଲ ପୁଲିସ ଅଫିସର) ମୁଦସେର୍‌ ଅହମ୍ମଦଙ୍କୁ ଗତକାଲି ଚୈନତର ଗ୍ରାମସ୍ଥିତ ତାଙ୍କ ବାସଭବନରୁ କିଛି ଆତଙ୍କବାଦୀ ଅପହରଣ କରିନେଇଛନ୍ତି। ତେବେ ଯୁଦ୍ଧକାଳୀନ ଭିତ୍ତିରେ ମୁଦସେର୍‌ଙ୍କୁ ଖୋଜା ଚାଲିଥିଲେ ମଧ୍ୟ ତାଙ୍କର ଏଯାବତ୍‌ ପତ୍ତା ମିଳିନାହିଁ। ଅନ୍ୟପକ୍ଷରେ ଏସ୍‌ପିଓଙ୍କ ମା’ ତାଙ୍କ ପୁଅକୁ ଫେରାଇଦେବା ପାଇଁ ଆତଙ୍କବାଦୀଙ୍କୁ ଏକ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି। ୩ ଝିଅଙ୍କ ଦ୍ୱାରା ପ୍ରସ୍ତୁତ ହେଇଥିବା ଏକ ଭିଡିଓରେ ମୁଦସେର୍‌ଙ୍କ ମା’ ତାଙ୍କ ପୁଅକୁ ଫେରାଇ ଦେବା ପାଇଁ ଆତଙ୍କବାଦୀଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। ସେ ଆହୁରି କହିଛନ୍ତି, ପୁଅ ଚାକିରି ଛାଡ଼ିଦେବ। ଯଦି ଭବିଷ୍ୟତରେ ସେମିତି କିଛି ଭୁଲ୍‌ ହୁଏ, ତେବେ ସେମାନେ ପୂରା ପରିବାରକୁ ମାରି ଦିଅନ୍ତୁ। କିନ୍ତୁ ତାଙ୍କ ପୁଅକୁ ଏବେ ଫେରାଇ ଦିଅନ୍ତୁ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ତେବେ ଏଭଳି ଘଟଣା ପ୍ରଥମ ନୁହଁ। ଜୁଲାଇ ୨୧ ତାରିଖରେ ଜଣେ ପୁଲିସ କନେଷ୍ଟବଳ ମହମ୍ମଦ ସଲିମ୍‌ ଖାନ୍‌ଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତାଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର