କେରଳରେ ପୁଣି ଦୁଇ ଜୀବନ ନେଲା ନିପା

ମୃତ୍ୟୁ ସଂଖ୍ୟା ୧୬ ଛୁଇଁଲା

ଥିରୁବନନ୍ତପୁରମ: ଭୟଙ୍କର ନିପା ଭୂତାଣୁରେ ଆକ୍ରାନ୍ତ ହୋଇ କେରଳରେ ପୁଣି ଦୁଇଜଣ ଆଖି ବୁଜିଛନ୍ତି। ଫଳରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି। ଗତରାତିରେ କୋଝିକୋଡ଼ ମେଡିକାଲ କଲେଜରେ ମଧୁସୂଦନ ଏବଂ ଅକିହିଏ କାରାସେରିଙ୍କ ନିପା ଯୋଗୁଁ ମୃତ୍ୟୁ ଘଟିଛି। ପ୍ରାରମ୍ଭରେ ଚିକିତ୍ସା ବେଳେ ଉଭୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେଇଥିଲେ ମଧ୍ୟ ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଯାଇଥିଲା। ଆଉ ୩ ଜଣ ବ୍ୟକ୍ତି ମଧ୍ୟ ଏବେ ନିପା ଭୂତାଣୁ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ୯ ଜଣଙ୍କ ଠାରେ ନିପା ଭୂତାଣୁ ସଂକ୍ରମଣ ଆଶଙ୍କା ଦେଖାଯାଇଛି କିନ୍ତୁ ସେମାନଙ୍କ ରକ୍ତ ନମୂନା ପରୀକ୍ଷା ହୋଇନି।

ସମ୍ବନ୍ଧିତ ଖବର