କେଜ୍ରିୱାଲ୍‌ଙ୍କୁ ପୁଣିଥରେ ଆକ୍ରମଣ ଧମକ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ପୁଣିଥରେ ଆକ୍ରମଣ ଧମକ ମିଳିଛି। କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଏନେଇ ପୁଲିସରେ ଜଣାଇଛନ୍ତି। ବିକାଶପୁରୀରୁ ଜଣେ ବ୍ୟକ୍ତି କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଫୋନ୍‌ କରି ଆକ୍ରମଣ ଧମକ ଦେଇଛି। କେଜ୍ରିୱାଲ୍‌ଙ୍କୁ ମଧ୍ୟ ପୂର୍ବରୁ ସ୍ୟାହି, ଜୋତା ଏବଂ ସ୍ଲିପର୍‌ରେ ଆକ୍ରମଣ ହୋଇଛି।

ସମ୍ବନ୍ଧିତ ଖବର