ଫାରୁକ୍‌ଙ୍କୁ ମସ୍‌ଜିଦ୍‌ରେ ଦୁର୍ବ୍ୟବହାର ‘ଭାରତ ମାତା କୀ ଜୟ’କୁ ବିରୋଧ

ଶ୍ରୀନଗର: ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍‌ ଅବଦୁଲ୍ଲାଙ୍କୁ ଆଜି ଜମ୍ମୁ କଶ୍ମୀର ହଜରତବଲ୍‌ ମସଜିଦ୍‌ରେ ଇଦ୍‌ ପ୍ରାର୍ଥନା ସମୟରେ ଘୋର ଅପମାନିତ ହେବାକୁ ପଡ଼ିଛି। ବିଚ୍ଛିନ୍ନତାବାଦୀମାନେ ଆଜି ଫାରୁକ୍‌ଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇ ଇଦ୍‌ ପ୍ରାର୍ଥନା ସମୟରେ ବିଭ୍ରାଟ ସୃଷ୍ଟି କରିଥିଲେ ଏବଂ ଫାରୁକ୍‌ଙ୍କୁ  ଦୁର୍ବ୍ୟବହାର କରିଥିଲେ। ଉଲ୍ଲେଖଯୋଗ୍ୟ ଦୁଇଦିନ ତଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ ହୋଇଥିବା ସର୍ବଦଳୀୟ ସଭାରେ ନ୍ୟାସନାଲ୍‌ କନଫରେନ୍ସ ମୁଖ୍ୟ ଫାରୁକ୍‌ ଭାରତ ମାତା କୀ ଜୟ ଏବଂ ବନ୍ଦେ ମାତରମ୍‌  ସ୍ଲୋଗାନ୍‌ ଦେଇଥିଲେ। ତେବେ ଫାରୁକ୍‌ଙ୍କର ଏଭଳି ସ୍ଲୋଗାନ୍‌କୁ ବିରୋଧ କରି ଆଜି ବିଚ୍ଛିନ୍ନତାବାଦୀମାନେ ହଜରତବଲ୍‌ ମସଜିଦ୍‌ରେ ତାଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ଫାରୁକ୍‌ଙ୍କୁ ଜୋତା ଦେଖାଇ ତାଙ୍କୁ ସ୍ଥାନ ଛାଡ଼ି ଯିବା ପାଇଁ ବାଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର