ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲା: ମିସେଲଙ୍କ ବି‌େରାଧରେ ଅତିରିକ୍ତ ଚାର୍ଜସିଟ୍‌

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି ମାମଲାରେ ମଧ୍ୟସ୍ଥି କ୍ରିସ୍ଟେନ୍‌ ମିସେଲଙ୍କ ବିରୋଧରେ ଆଜି ଅତିରିକ୍ତ ଅଭିଯୋଗଫର୍ଦ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ। ଦିଲ୍ଲୀ ପଟିଆଲା କୋର୍ଟରେ ଦାଖଲ କରାଯାଇଥିବା ଅଭିଯୋଗପତ୍ର ମି‌େସଲଙ୍କ ବ୍ୟତୀତ ତାଙ୍କ ସହଯୋଗୀ ଡେଭିଡ୍‌ ସିମ୍‌ସ ସମେତ ଅନ୍ୟ କେ‌କେ ଲୋକ ଓ ସଂସ୍ଥା ମଧ୍ୟ ମାମଲାରେ ସମ୍ପୃକ୍ତ ଥିବା କୁହାଯାଇଛି।
ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ କମ୍ପାନୀ ଫିନ୍‌ମେକାନିକାରୁ ୧୨ଟି ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର୍‌ କିଣିବା ପାଇଁ ୨୦୧୦ରେ ଭାରତ ସରକାର ଚୁକ୍ତି କରିଥିଲେ I ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଏହି ହେଲିକପ୍ଟର୍‌ କାରବାରରେ ମିସେଲ ମଧ୍ୟସ୍ଥି ହୋଇ ୨୨୫କୋଟି ଟଙ୍କା କମିସନି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆସିବାର ଚାରି ବର୍ଷ ପରେ ଉକ୍ତ ଚୁକ୍ତିକୁ ରଦ୍ଦ କରିଦିଆଯାଇଥିଲା।

ପ୍ରବର୍ତ୍ତନ ନିର୍ଦେଶାଳୟ ଏବଂ ସିବିଆଇ ମିଳିତ ଭାବେ ଏହି ମାମଲାର ତଦନ୍ତ କରି ୨୦୧୬ରେ ଚାର୍ଜସିଟ୍‌ ଦାଖଲ କରି ମିସେଲଙ୍କୁ ଅଭିଯୁକ୍ତ କରିବା ସହ ସେ ଏହି କାରବାରରେ ୨୨୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ। ଏହି କାରବ‌ାରରେ ୨,୬୬୬କୋଟିର କ୍ଷତି ଦର୍ଶାଇଥିଲା ସିବିଆଇ I ମି‌େସଲଙ୍କ ବ୍ୟତୀତ ଗୁଇଡୋ ହାଚ୍‌କେ ଏବଂ କାର୍ଲୋ ଗେରାସାଙ୍କୁ ମଧ୍ୟ ଏହି କାରବାରରେ ସମ୍ପୃକ୍ତି ଥିବାକୁ ନେଇ ତଦନ୍ତ କରିଥିଲା ସିବିଆଇ। ମିସେଲଙ୍କୁ ଗତ ଡିସେମ୍ବର ମାସରେ ସାଉଦି ଆରବାରୁ ଅଣାଯିବା ପରେ ତାଙ୍କ ବୟାନକୁ ରେକର୍ଡ କରାଯାଇ ଏହି ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରାଯାଇଛି I ଏପ୍ରିଲ ୬ରେ କୋର୍ଟରେ ମାମଲାର ଶୁଣାଣି କରାଯିବ।

ସମ୍ବନ୍ଧିତ ଖବର