ସାବରିମାଲା ମନ୍ଦିରପରେ ଏବେ ଅଗସ୍ତ୍ୟକୁଡମ୍‌କୁ ଯାତ୍ରା କରିବେ ମହିଳା

ତିରୁବନନ୍ତପୁରମ୍‌: ସାବରିମାଲା ମନ୍ଦିରରେ ଐତିହାସିକ ପ୍ରବେଶ କରିବାପରେ ଏବେ ମହିଳାମାନେ ୪୧ ଦିନର ଅଗସ୍ତ୍ୟ କୁଡମ୍‌ ଶିବରକୁ ପ୍ରଥମ ଯାତ୍ରା କରିବେ। ଏହି ଯାତ୍ରା ଜାନୁଆରି ୧୪ ତାରିଖରେ ଆରମ୍ଭ ହେବ। ସୁପ୍ରିମ କୋର୍ଟଙ୍କ ଆଦେଶରେ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ସଫଳ ହୋଇଛି।ଏଣେ ଉଚ୍ଚ ନ୍ୟାୟାଳୟଙ୍କର ଆଦେଶରେ ମହିଳାମାନଙ୍କ ପାଇଁ ଅଗସ୍ତ୍ୟ ପାହାଡ଼ ଶିଖରକୁ ରାସ୍ତାକୁ ପ୍ରଶସ୍ତ କରାଯାଇଛି।
ତିରୁବନନ୍ତପୁରମ୍‌ର ବନ୍ୟଜୀବ ଓ୍ଵାର୍ଡେନ୍‌ ଶାଜୀ କୁମାର କହିଛନ୍ତି ,ପ୍ରତିଦିନ ଶହେ ଟ୍ରେକର୍‌ ହିସାବରେ ୪୧ ଦିନରେ ୪୧୦୦ ଆଗନ୍ତୁକ ସେଠାରେ ପ୍ରବେଶ କରିବେ। ସମସ୍ତ ମହିଳାଙ୍କର ପଂଜିକରଣ କରାଯିବା ପରେ ମହିଳାଙ୍କ ସଂଖ୍ୟା ହିସାବ କରି ହେବ।

ମହିଳା ଟ୍ରେକରଙ୍କ ପାଇଁ କୌଣସି ମନ୍ଦିର ନାହିଁ,କେବଳ ଗୋଟିଏ ମୂର୍ତ୍ତି ଅଛି। ସେହି ଶିଖରରେ କେହି ପୂଜା କରିପାରନ୍ତି ନାହିଁ। ନ୍ୟାୟାଳୟ ଆହୁରି ମଧ୍ୟ କହିଛନ୍ତି ଯେ,ଯେଉଁଠାରେ ମୂର୍ତ୍ତି ରହିଛି,ସେଠାକୁ କୌଣସି ଟ୍ରେକର୍‌ଙ୍କୁ ଯିବାର ଅନୁମତି ମିଳିବ ନାହିଁ। କାନି ଜନଜାତିର ସଦସ୍ୟ ମାନଙ୍କ ଅନୁଯାୟୀ ପାରଂପାରିକ ରୂପେ ପାହାଡ ଉପରେ ସେମାନେ ଅଗସ୍ତ୍ୟ ମୁନିଙ୍କର ପୂଜା କରିଥା’ନ୍ତି, କିନ୍ତୁ ମହିଳାମାନଙ୍କୁ ମୂର୍ତ୍ତି ପାଖକୁ ଯିବାର ଅନୁମତି ନାହିଁ।

ସମ୍ବନ୍ଧିତ ଖବର