ଅଗ୍ନି-୫ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ: ୨୦ ମିନିଟରେ ୫୦୦୦ କିଲୋମିଟର ଦୂର ଅତିକ୍ରମ କରି ଲକ୍ଷ୍ୟଭେଦ କରିବ

ବାଲେଶ୍ବର/ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲର ପରୀକ୍ଷଣ ସଫଳ ହୋଇଛି । ଅପରାହ୍ନ ୧ଟା ୨୮ମିନିଟରେ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ଏହି ଅନ୍ତଃମହାଦେଶୀୟ ବାଲାଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ଡିଆରଡିଓ ନିର୍ମାଣ କରିଥିବା ଅଗ୍ନି-୫ ମିସାଇଲର ଲକ୍ଷ୍ୟ ଭେଦ କ୍ଷମତା ୫୫୦୦ରୁ ୫୮୦୦ କିଲୋମିଟର ରହିଛି । ଏହା ହେଉଛି ପ୍ରଥମ ବାଲିଷ୍ଟିକ ମିସାଇଲ ଯାହାକି ବେଜିଂ ସମେତ ଚୀନ ଏବଂ ମଧ୍ୟପ୍ରାଚ୍ୟକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି ।

ଏହି ପରୀକ୍ଷଣ ପରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଏହି ମିସାଇଲ ୫୦୦୦ରୁ ୮୦୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। । ଏହା ଷ୍ଟ୍ରାଟେଜିକ ଫୋର୍ସ କମାଣ୍ତ ଓ ଭାରତୀୟ ପ୍ରତିରକ୍ଷା ଗବେଷଣା ସ˚ସ୍ଥା ମିଳିତ ସହଯୋଗରେ କଲାମ ଦ୍ବୀପରେ ପୂର୍ବରୁ ୩ ଥର ସଫଳ ପରୀକ୍ଷଣ ହୋଇସାରିଛି।

୫୦ ଟନ୍ ଓଜନ, ୧୭ ମିଟର ଲମ୍ବ ଓ ୨ମିଟର ଗୋଲେଇ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ୩ ଥାକିଆ ଇଞ୍ଜିନ୍ କଠିନ ଇନ୍ଧନରେ ପରିଚାଳିତ ହୋଇଥାଏ। ସେକେଣ୍ତ ପିଛା ୪.୨ କି.ମି. ନିର୍ଦ୍ଧାରିତ ୨୦ ମିନିଟ୍ରେ ୫ହଜାର କିମିକୁ ଅତିକ୍ରମ କରିପାରିବାର କ୍ଷମତା ରହିଛି।

୨୦୧୨ରେ ଏହାର ପ୍ରଥମ ପରୀକ୍ଷଣ କରାଯାଇଥିଲା। ନାଭିଗେସନ ସିଷ୍ଟମ ଓ ଗ୍ଲୋବାଲ ପୋଜିସନି˚ ସିଷ୍ଟମରେ ଦେଶର ୩ଗୋଟି ରାଡ଼ାର ଏହାର ଗତିବିଧି ଉପରେ ନିରୀକ୍ଷଣ କରିବ।

ସମ୍ବନ୍ଧିତ ଖବର