ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଏଆଇଏଡିଏମ୍‌କେ ନେତାଙ୍କ ଅଜବ ବୟାନ; ଯୁବତୀଙ୍କ ମୃତ୍ୟୁ ପାଇଁ ପବନ ଉପରେ ମାମଲା ରୁଜୁ କରନ୍ତୁ

ଚେନ୍ନାଇ : ସେପ୍ଟେମ୍ବର ୧୨ରେ ଚେନ୍ନାଇରେ ରହୁଥିବା ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କର ଦୁଃଖଦାୟକ ମୃତ୍ୟୁ ଘଟିଥିଲା । ୨୩ବର୍ଷୀୟ ଶୁଭଶ୍ରୀ ନିଜର ସ୍କୁଟି ନେଇ ଯାଉଥିବା ବେଳେ ତାଙ୍କ ଉପରେ ରାସ୍ତା କଡ଼ରେ ଲାଗିଥିବା ଏକ ବ୍ୟାନର ଖସି ପଡ଼ିଥିଲା । ଯାହାଦ୍ୱାରା ସେ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯିବା ପରେ ତାଙ୍କ ଉପରେ ପଛପଟୁ ଆସୁଥିବା ଏକ ପାଣି ଟ୍ୟାଙ୍କର ଚଢ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବ୍ୟାନରଟି ଏଆଇଏଡିଏମ୍‌କେ ନେତା ଜୟଗୋପଳ ଲଗାଇଥିବା ବେଳେ ଏହି ଦୁର୍ଘଟଣାକୁ ନେଇ ଏଆଇଏଡିଏମ୍‌କେ ନେତାଙ୍କୁ ଦାୟୀ କରାଯାଇଥିଲା । କିନ୍ତୁ ଏବେ ଏଆଇଏଡିଏମ୍‌କେର ସଂସ୍ଥାପକ ସି.ପୋନ୍ନାଇୟା ଏ ଦୁର୍ଘଟଣା ପାଇଁ ପବନକୁ ଦାୟୀ କରିଛନ୍ତି ।

Image result for aiadmk-leader-c-ponnaiyan-says-wind-responsible-for-death-of-chennai-techie-subashree
NDTV.com

ବରିଷ୍ଠ ନେତା ଓ ଦଳର ସଂସ୍ଥାପକ ସି.ପୋନ୍ନାଇୟା ଏକ ତାମିଲ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଥିଲେ କି, ଜୟଗୋପାଳ କେବଳ ନିଜ ପରିବାରରେ ହେଉଥିବା ବିବାହର ଘୋଷଣା କରିବା ପାଇଁ ବ୍ୟାନର ଲଗାଇଥିଲେ । ଯୁବତୀଙ୍କୁ ହତ୍ୟା କରିବାର ତାଙ୍କର କୌଣସି ଯୋଜନା ନଥିଲା । ପବନର ଗତି ପାଇଁ ବ୍ୟାନରଟି ତଳକୁ ଖସି ପଡ଼ିଥିଲା । ଯଦି କାହା ଉପରେ ମାମଲା ରୁଜୁ ହେବା ଦରକାର, ତେବେ ସେ ହେଉଛି ପବନ ।

ସମ୍ବନ୍ଧିତ ଖବର