କାର୍‌ ଦୁର୍ଘଟନାରେ ଏଆଇଏଡିଏମ୍‌କେ ସାଂସଦ ଏସ୍‌ ରାଜେନ୍ଦ୍ରନ୍‌ଙ୍କ ମୃତ୍ୟୁ; ପୁଲିସ ତଦନ୍ତ ଚାଲିଛି

ଚେନ୍ନାଇ: ଶନିବାର ପ୍ରତ୍ୟୁଷରେ ତାମିଲନାଡୁର ବିଲୁପ୍ପୁରମ୍‌ ଜିଲ୍ଲାରେ କାର୍‌ ଦୁର୍ଘଟନା ଘଟି ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ର କାଝାଗମ୍‌ (ଏଆଇଏଡିଏମ୍‌କେ) ନେତା ଓ ସାଂସଦ ଏସ୍‌ ରାଜେନ୍ଦ୍ରନ୍‌ଙ୍କର ମୃତ୍ୟୁ ହୋଇଯାଇଛି।
ବାସ୍ତବ ଘଟନା କ’ଣ ତାହା ଜାଣିବା ନିମନ୍ତେ ପୁଲିସ ତଦନ୍ତ ଆରମ୍ଭ ହୋଇଛି।

ତୈଲାପୁରମ୍‌ ଠାରେ ପିଏମ୍‌କେର ରାମଦୋସ୍‌ଙ୍କ ଆୟୋଜିତ ନୈଶଭୋଜି ଖାଇ ବାନୁରସ୍ଥିତ ଘରକୁ ଫେରିବା ବାଟରେ ୬୨ ବର୍ଷିୟ ଏଆଇଏଡିଏମ୍‌କେ ସାଂସଦଙ୍କ କାର୍‌ ଦୁର୍ଘଟନାଗ୍ରସ୍ତ ହୋଇଥିଲା।

ପାହାନ୍ତ ପ୍ରାୟ ୪: ୩୫ ସମୟରେ ତିନ୍ଦିବନମ୍‌ ଠାରେ ରାସ୍ତା ମଝିରେ ଥିବା ଡିଭାଇଡର୍‌ରେ ଧକ୍କା ଖାଇ କାର୍‌ଟି ଦୁର୍ଘଟନାଗ୍ରସ୍ତ ହୋଇଥିଲା।

ସ୍ଥାନୀୟ ଗଣମାଧ୍ୟ ଖବର ଅନୁସାରେ, ଉକ୍ତ କାର୍‌ରେ ଯାତ୍ରା କରୁଥିବା ୪ଜଣଙ୍କୁ ତୁରନ୍ତ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ରାଜେନ୍ଦ୍ରଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରାଯାଇଥିଲା।

ଅନ୍ୟ ତିନି ଆହତଙ୍କ ଚିକିତ୍ସା ଚାଲିଛି।

୨୦୧୪ ସାଧାରଣ ନିର୍ବାଚନରେ ଏଆଇଏଡିଏମ୍‌କେର ପ୍ରାର୍ଥୀ ଭାବେ ବିଲୁପ୍ପୁରମ୍‌ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର