ଏଆଇଏଡିଏମ୍‌କେ-ବିଜେପି ମେଣ୍ଟ, ୧୦ରେ ଘୋଷଣା କରିବେ ମୋଦୀ

ଚେନ୍ନାଇ: ତାମିଲନାଡ଼ୁରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଏବଂ ଏଆଇଏଡିଏମ୍‌କେ ମଧ୍ୟରେ ମେଣ୍ଟ ଗଠନ ଆପାତତଃ ଚୂଡ଼ାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ବାବଦରେ ଆଗାମୀ ୧୦ ତାରିଖ ଦିନ ଘୋଷଣା କରିବେ। ରାଜ୍ୟର ୪୦ଟି ଲୋକସଭା ଆସନରୁ ବିଜେପି ୮ଟିରେ ଏବଂ ଏଆଇଏଡିଏମ୍‌କେ ୩୨ଟି ଆସନରେ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର ହୋଇଥିବା ଜଣାପଡ଼ିଛି। ୨୦୧୪ ନିର୍ବାଚନରେ ଏଆଇଏଡିଏମ୍‌କେ ୩୭ଟି ଆସନରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର